ରାଜ୍ୟରେ କରୋନା ରୋଗୀଙ୍କ ମାଗଣା ଚିକିତ୍ସା ପାଇଁ ଖର୍ଚ୍ଚ ହୋଇଛି ୩୮୯ କୋଟି ଟଙ୍କା

ଭୁବନେଶ୍ଵର: ରାଜ୍ୟରେ ଥିବା କରୋନା ସଂକ୍ରମିତଙ୍କ ମାଗଣା ଚିକିତ୍ସା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ୩୮୯ କୋଟି ଟଙ୍କା | ବିଧାନସଭାରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ | ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସୂଚନା ମୁତାବକ ରାଜ୍ୟରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସମୁଦାୟ ୩୮୯ କୋଟି ୫୯ ଲକ୍ଷ ୬୬ ହଜାର ୪୬୬ ଟଙ୍କା ଖର୍ଚ୍ଚ ହୋଇଛି |

୪୭ ହଜାର ୦୫୫ ରୋଗୀଙ୍କ ଚିକିତ୍ସା ପାଇଁ ଏହି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ସର୍ବାଧିକ ଟଙ୍କା ଭୁବନେଶ୍ବରର (୫୮ କୋଟି ୫୯ ଲକ୍ଷ) ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲକୁ ଦିଆଯାଇଛି |

ସେହିପରି କଟକର ଅଶ୍ୱିନୀ ହସ୍ପିଟାଲକୁ ୩୨ କୋଟି ୪୫ ଲକ୍ଷ ଟଙ୍କା, ଭୁବନେଶ୍ବରର ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲକୁ ୩୪ କୋଟି ୩୯ ଲକ୍ଷ ଟଙ୍କା, ଭୁବନେଶ୍ବର କିମ୍ସକୁ ୪୪ କୋଟି, ରାଉରକେଲା ଶାନ୍ତି ହସ୍ପିଟାଲକୁ ୩୦ କୋଟି ଦିଆଯାଇଛି । ଏହା ବାଦ ଅନ୍ୟ ମେଡିକାଲମାନଙ୍କୁ ବଳକା ଟଙ୍କା ଦିଆଯାଇଛି |

ସମ୍ବନ୍ଧିତ ଖବର