ସମୁଦ୍ରକୁ ଗଲେ ୩୯୨ଟି କଇଁଛ ଛୁଆ

ସମୁଦ୍ରକୁ ଗଲେ ୩୯୨ଟି କଇଁଛ ଛୁଆ

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ରେଞ୍ଜ୍‌ରେ ବନବିଭାଗ ଅସ୍ଥାୟୀ ହାଚେରିରେ ସଂଗ୍ରହ କରି ରଖିଥବା ଅଲିଭ୍‌ରି‌ଡ୍‌ଲେ କଇଁଚ୍ଛ ଅଣ୍ତା ଏବେ ଫୁଟିବା ଆରମ୍ଭ ହୋଇଛି। କଇଁଚ୍ଛ ଅଣ୍ତା ଫୁଟି ଛୁଆ ସମୁଦ୍ରକୁ ବନବିଭାଗ ଛାଡ଼ିବା ଆରମ୍ଭ କରିଛି। ବ୍ରହ୍ମଗିରି ରେଞ୍ଜ୍‌ ବାଲିହରଚଣ୍ତୀ ବିଟ୍‌ରେ ଗତ ଫେବ୍ରୁଆରି ୨୬ ତାରିଖରେ ସଂଗ୍ରହ ହୋଇଥିବା ୫୫୦ଟି ଅଣ୍ତା ମଧ୍ୟରୁ ଆଜି ସକାଳୁ ଅଣ୍ତାରୁ ଛୁଆ ଫୁଟିଛି।

୫୫୦ ଅଣ୍ତା ମଧ୍ୟରୁ ୩୯୨ଟି ଛୁଆ ବାହାରିଥିବା ବେଳେ ୧୫୮ଟି ଅଣ୍ତା କାଞ୍ଜିଆ ହୋଇଛି। ହାଚେରିରୁ ଛୁଆ ସଂଗ୍ରହ କରିବା ପରେ ବନବିଭାଗ ଏହି ଛୁଆକୁ ସମୁଦ୍ରରେ ଛାଡ଼ିଛଇ। ଗତ ଡିସେମ୍ବର ମାସରେ ଚାପମାଣିକ ବିଟ୍‌ରୁ ସଂଗ୍ରହ ହୋଇଥିବା ୧୧୦ କଇଁଚ୍ଛ ଅଣ୍ତା ମଧ୍ୟରୁ ବନ ବିଭାଗ ୭୦ଟି କଇଁଚ୍ଛ ଛୁଆ ସମୁଦ୍ରକୁ ଛାଡ଼ିଥିଲା। ୪୦ଟି ଅଣ୍ତା କାଞ୍ଜିଆ ହୋଇଥିଲା। ବାଲିହରଚଣ୍ତୀ ଓ ଚାପମାଣିକ ବିଟ୍‌ରେ ଥିବା ଅସ୍ଥାୟି ହାଚେରିରେ ୧୧ ହଜାରରୁ ଅଧିକ କଇଁଚ୍ଛ ଅଣ୍ତା ବନବିଭାଗ ସଂଗ୍ରହ କରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe