୩୯୩ ଶିଶୁ ରାସ୍ତାକଡ଼ରେ ରହୁଛନ୍ତି: ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

ଭୁବନେଶ୍ବର: ବିଧାନସଭାରେ ବିଜେଡି ବିଧାୟକ ପ୍ରଫୁଲ ସାମଲ ରାଜ୍ୟର କେତେ ଶିଶୁ ରାସ୍ତାକଡ଼ରେ ରହୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହାର ଲିଖିତ ଉତ୍ତର ରଖି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କହିଛନ୍ତି, ରାଜ୍ୟର ମାତ୍ର ୩୯୩ ଜଣ ଶିଶୁ ରାସ୍ତାକଡ଼ରେ ରହୁଛନ୍ତି। – ଏମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୦୫ ଜଣ ଶିଶୁ ରହିଥିବା ବେଳେ ଦ୍ୱିତୀୟରେ ରହିଛି ଯାଜପୁର ଜିଲ୍ଲା, ଯେଉଁଠି ୩୦ ଜଣ ଶିଶୁ ରାସ୍ତା କଡ଼ରେ ଜୀବନ ଅତିବାହିତ କରୁଛନ୍ତି।

ସମ୍ବନ୍ଧିତ ଖବର