୩୯୯୬ ନୂଆ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୩ ହଜାର ୧୧୭କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୩୯୯୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୩୫୯ ଓ ସ୍ଥାନୀୟ ଅଞ୍ଚଳରୁ ୧୬୩୭ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧ ଲକ୍ଷ ୪୩ ହଜାର ୧୧୭କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଆଜି କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୩୫୪ , ପୁରୀରୁ ୨୭୯, ବାଲେଶ୍ୱରରୁ ୨୦୯, ମୟୂରଭଞ୍ଜ ଜିଲ୍ଲାରୁ ୧୬୦, ନବରଙ୍ଗପୁରରୁ ୧୫୧, କେନ୍ଦ୍ରାପଡ଼ାରୁ ୧୩୦, ଜଗତସିଂହପୁରରୁ ୧୨୨, ବଲାଙ୍ଗୀରରୁ ୧୨୪, ଭଦ୍ରକରୁ ୧୧୨, ଅନୁଗୁଳରୁ ୧୩୮, ରାୟଗଡ଼ାରୁ ୧୦୫, ସୁନ୍ଦରଗଡ଼ରୁ ୮୮ , ବରଗଡ଼ରୁ ୯୭, କୋରାପୁଟରୁ ୯୩, ସମ୍ବଲପୁରରୁ ୯୧ , ସୋନପୁରରୁ ୯୧, ଗଞ୍ଜାମରୁ ୮୯, ଯାଜପୁରରୁ ୧୧୯, ନୟାଗଡ଼ରୁ ୭୭, ନୂଆପଡ଼ାରୁ ୧୦୩, ବୌଦ୍ଧରୁ ୩୯, ଦେବଗଡ଼ରୁ ୧୦, ଢେଙ୍କାନାଳରୁ ୮୭, ଗଜପତିରୁ ୨୫, ଝାରସୁଗୁଡ଼ାରୁ ୭୯, କଳାହାଣ୍ଡିରୁ ୫୮, କନ୍ଧମାଳରୁ ୪୭, ମାଲକାନଗିରିରୁ ୪୭ ଓ କେଉଁଝରରୁ ୬୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏବେ ରାଜ୍ୟରେ ମୋଟ୍ ୧ ଲକ୍ଷ ୮ ହଜାର ୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪,୪୫୮ ରହିଛି।

ସମ୍ବନ୍ଧିତ ଖବର