ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନଙ୍କ ଥ୍ରି ଡି ସାନ୍ତାକ୍ଲଜ୍‌

ପୁରୀ: ପୁରୀ ବେଳାଭୂମିରେ ପ୍ରଖ୍ୟାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଆରା ଢଙ୍ଗରେ ତାଙ୍କର ବାଲୁକା କଳା ପ୍ରଦର୍ଶନ କରିଛନ୍ତି। ବୁଧବାର ପବିତ୍ର ବଡ଼ ଦିନ ଅବସରରେ ସମଗ୍ର ବିଶ୍ବବାସୀଙ୍କୁ ଶୁଭେଚ୍ଛା ଓ ସବୁଜିମାର ବାର୍ତ୍ତା ଦେବା ପାଇଁ ପୁରୀ ମେ ଫେୟାର ବେଳାଭୂମିରେ ଶ୍ରୀ ପଟ୍ଟନାୟକ ଓ ତାଙ୍କ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଏହି ବାଲୁକା କଳା ପ୍ରସ୍ତୁତ କରିଛନ୍ତି। ଏହା ବିଶ୍ବର ସର୍ବବୃହତ୍‌ ଥ୍ରି ଡି ସ୍ୟାଣ୍ଡ୍ ଆର୍ଟ ମାନ୍ୟତା ପାଇବ ବୋଲି ଶ୍ରୀ ପଟ୍ଟନାୟକ ମତ ରଖିଛନ୍ତି। ପୂର୍ବରୁ କେବଳ ବାଲି ଗଦା କରାଯାଇ ବାଲୁକା କଳା ପ୍ରସ୍ତୁତ କରାଯାଇଥିଲା। ଏ‌ଥର କେବଳ ବାଲି ଉପରେ ଏହାକୁ କରାଯାଇଛି। ୨୫ ଶହ ବର୍ଗଫୁଟ ଅଞ୍ଚଳରେ ଏହି ବାଲୁକା କଳା ପ୍ରସ୍ତୁତ କରାଯାଇଛି। ଏହାକୁ ଦେଖିବାକୁ ଆସୁଥିବା ପର୍ଯ୍ୟଟକମାନେ ବାଲି ଉପ‌ରେ ନିର୍ମିତ ସାନ୍ତାକ୍ଲଜ ସହିତ ହାତ ମି‌ଳାଇ ପାରିବେ। ସବୁଜ ବାର୍ତ୍ତା ଦେବା ପାଇଁ ସାନ୍ତାକ୍ଲଜ ଏକ ଚାରା ଉପହାର ଦେଉଥିବା ଦୃଶ୍ୟ ମଧ୍ୟ ବାଲୁକା କଳା‌ରେ ରହିଛି।

ସମ୍ବନ୍ଧିତ ଖବର