ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ : ଆକ୍ରାନ୍ତଙ୍କ ସଂଖ୍ୟା ୩ ଛୁଇଁଲା

ଭୁବନେଶ୍ବର : ରାଜ୍ୟରେ ଆ‌ଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ଆକ୍ରାନ୍ତ ଜଣକ ୬୦ବର୍ଷୀୟ ଜଣେ ପୁରୁଷ ବୋଲି ଜଣାପଡ଼ିଛି। ତାଙ୍କୁ କ୍ୟାପିଟାଲ ହସ୍ପିଟାଲର ଆଇସୋଲେସନ୍‌ ୱାର୍ଡରେ ଚିକିତ୍ସା କରାଯାଉଛି।

ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏକ ଘରୋଇ ସଂସ୍ଥାରେ ଉଚ୍ଚ ପଦସ୍ଥ ଅଧିକାରୀ ଥିବା ସମ୍ପୃକ୍ତ ବ୍ୟକ୍ତି ଜଣକ ତାଙ୍କ ପତ୍ନୀ ଓ ଝିଅଙ୍କ ସହ ଦିଲ୍ଲୀ ଓ ହରିୟାଣା ବୁଲି ଯାଇଥିଲେ। ଗତ ୧୦ ତାରିଖରେ ସେମାନେ ବିମାନରେ ଭୁବନେଶ୍ବର ଫେରିବା ପରେ ତାଙ୍କୁ ଥଣ୍ଡା ଓ ଜର ହୋଇଥିଲା। ଏଥିପାଇଁ ସେ ଜଣେ ଘରୋଇ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଇଥିଲେ। ମାତ୍ର ଔଷଧ କାମ ନଦେବାରୁ ତହିଁ ପରଦିନ ସମ୍ପୃକ୍ତ ଡାକ୍ତରଙ୍କ କ୍ଲିନିକ୍‌କୁ ଯାଇଥିଲେ। ଡାକ୍ତର ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଔଷଧ ବଦଳାଇଥିଲେ ମଧ୍ୟ ଜ୍ବର ଓ ଥଣ୍ଡା ଛାଡ଼ି ନଥିଲା। ତେଣୁ ଗତ ୨୨ ତାରିଖ ଦିନ ସେ କର କ୍ଲିନିକ୍‌କୁ ଯାଇ ପୁଣି ଥରେ ଔଷଧ ନେଇ ଘରକୁ ଫେରିଥିଲେ। ୨୩ ତାରିଖରେ ଜର ବଢ଼ିବାରୁ ପୁନର୍ବାର ସେ କର କ୍ଲିନିକ୍‌କୁ ଯାଇଥିଲେ। ତେଣୁ ଡାକ୍ତର ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରିଥିଲେ। ୨୪ ତାରିଖରେ ଟିକିଏ ଭଲ ଲାଗିବାରୁ ସେ ନିଜେ ଇଚ୍ଛାରେ ଆଇସିୟୁରୁ ଘରକୁ ଚାଲି ଯାଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ କ୍ୟାପିଟାଲ୍‌ ହସ୍ସିଟାଲରେ ଦେଖାଇବାକୁ ପରାମର୍ଶ ଦେଇଥିଲେ। ତେଣୁ ସେ ଦିନ ସେ କ୍ୟାପିଟାଲ୍‌ ହସ୍ପିଟାଲ ଓପିଡିରେ ଜଣେ ଡାକ୍ତରଙ୍କୁ ଦେଖାଇ ଘରକୁ ଚାଲିଯାଇଥିଲେ। ତେବେ ୨୫ ତାରିଖ ଦିନ ସେ ଭିଷଣ ଅସୁସ୍ଥ ହୋଇ ପଡ଼ିବାରୁ ପୁଣି ଥରେ କ୍ୟାପିଟାଲ ହସ୍‌ପିଟାଲକୁ ଫେରି ଆସିଥିଲେ। ଡାକ୍ତର ତାଙ୍କର ଲକ୍ଷଣ ଦେଖି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଆଜି ତାଙ୍କର ରକ୍ତ ଓ ସ୍ବାବ୍‌ ନମୁନା ପରୀକ୍ଷା ପାଇଁ ଆର୍‌ଏମ୍‌ଆର୍‌ସି ପଠା ଯାଇଥିଲା ଏବଂ ସନ୍ଧ୍ୟାରେ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

ସେ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତନାଘନା ପ୍ରକାଶ ପାଇଥିଲା ଏବଂ ତାଙ୍କୁ ଆଇସୋଲେସନ୍‌ ୱାର୍ଡରେ ରଖି ଚିକିତ୍ସା କରାଯିବା ସହ ତାଙ୍କ ସ୍ତ୍ରୀ, ଝିଅ ଓ ଡ୍ରାଇଭରଙ୍କୁ ମଧ୍ୟ ହୋମ୍୍‌ ଆଇସୋଲେସନ୍‌ରେ ରଖାଯିବାର ବ୍ୟବସ୍ଥା କରାଯାଇଥିଲା। ଆସନ୍ତାକାଲିଠାରୁ ଆକ୍ରାନ୍ତ ବ୍ୟକ୍ତିଜଣକ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଖୋଜାଯିବ ବୋଲି ଜଣାଯାଇଛି।

ଏହା ବ୍ୟତୀତ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦ୍ବିତୀୟ ଟ୍ବିଟ୍‌ରେ ଲୋକଙ୍କୁ ଭୁବନେଶ୍ବରର କର କ୍ଲିନିକ୍‌ର ବହିର୍ବିଭାଗ ବା ଅନ୍ତଃବିଭାଗରେ ଚିକିତ୍ସା ପାଇଁ ନ ଯିବାକୁ ସତର୍କ କରିଦିଆଯାଇଛି। ସରକାରଙ୍କ ତରଫରୁ ବାରମ୍ବାର ମାର୍ଗଦର୍ଶିକା ଜାରି କରାଯିବା ସତ୍ତ୍ବେ କିଛି ଘରୋଇ ହସ୍ପିଟାଲ କୋଭିଡ୍‌-୧୯ ନିୟମାବଳୀକୁ ଅନୁସରଣ କରୁ ନ ଥିବାରୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅସନ୍ତୋଷ ପ୍ରକାଶ କରିଛି। ଫ୍ଲୁ ଭଳି ଲକ୍ଷଣ ଥିବା ରୋଗୀଙ୍କ ଚିକିତ୍ସାବେଳେ ଅଧିକ ଦାୟିତ୍ବବାନ ହେବାକୁ ଏବଂ କୋଭିଡ୍‌-୧୯ ନିୟମାବଳୀକୁ ପାଳନ କରିବା ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି ଏହା ଅମାନ୍ୟ କଲେ ଏହାକୁ ଗମ୍ଭୀରତାର ସହ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି।

ଅପରପକ୍ଷରେ ଆଜି ସମୁଦାୟ ୨୫ଟି ନମୁନା ପରୀକ୍ଷା କରାଯାଇଛି। ତହିଁରୁ ଗୋଟିଏ ନମୁନା ପଜିଟିଭ୍ ରହିଛି। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୧୮୯ଟି ନମୁନା ପରୀକ୍ଷା ହୋଇସାରିଲାଣି।

ସଂପୃକ୍ତ ବ୍ୟକ୍ତି ଜଣକ ଗତ ୯ତାରିଖରେ ଦିଲ୍ଲୀରୁ ରାଜଧାନୀରେ ଥିବା ଘରକୁ ଫେରିଥିଲେ। ୧୪ତାରିଖ ଦିନ ତାଙ୍କର ଥଣ୍ଡା, କାଶ ଆରମ୍ଭ ହୋଇଥିଲା। ତାଙ୍କୁ ଔଷଧପତ୍ର ଦିଆଯିବା ସହିତ ଘରେ ରହି ଚିକିତ୍ସିତ ହେଉଥିଲେ। ମାତ୍ର ତାହା ଭଲ ନ ହେବାରୁ ୨୪ତାରିଖ ଦିନ କ୍ୟାପିଟାଲ ହସ୍ପିଟାଲରେ ଭର୍ତି ହୋଇଥିଲେ। ଆଜି ତାଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ନମୁନା ପଜିଟିଭ୍ ରହିଥିବା ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଥିଲା। ଏହା ପରେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ କ୍ୟାପିଟାଲ ହସ୍ପିଟାଲକୁ ଯାଇ ଘଟଣାର ଅନୁଧ୍ୟାନ ଆରମ୍ଭ କରିଛନ୍ତି। କେଉଁ କେଉଁ ବ୍ୟକ୍ତି ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ତାହାର ଖୋଳତାଡ଼ ଆରମ୍ଭ ହୋଇଛି। ଅପରପକ୍ଷରେ ଆଜି ସମୁଦାୟ ୨୫ଟି ନମୁନା ପରୀକ୍ଷା କରାଯାଇଛି। ତହିଁରୁ ଗୋଟିଏ ନମୁନା ପଜିଟିଭ୍ ରହିଛି। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୧୮୯ଟି ନମୁନା ପରୀକ୍ଷା ହୋଇସାରିଲାଣି।

ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ରାଜ୍ୟରେ ଦୁଇ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦୁହିଁଙ୍କ ଘର ରାଜଧାନୀରେ ରହିଛି। ଦୁହେଁ ବିଦେଶରୁ ଫେରିଥିଲେ। ତେବେ ଆଜି ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ବିଦେଶରୁ ଫେରି ନ ଥିଲେ ହେଁ, ଅନ୍ୟ ରାଜ୍ୟରୁ ଫେରିବା ଘଟଣା ରାଜ୍ୟ ସରକାରଙ୍କ ସନ୍ଦେହକୁ ସ୍ପଷ୍ଟ କରି ଦେଇଛି। ଦେଶରେ କରୋନା ସଂକ୍ରମଣ ଦେଖାଦେବା ପରେ ବାହାର ରାଜ୍ୟରୁ ଓଡ଼ିଶାକୁ ୮୪ହଜାର ଲୋକ ଫେରିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତହିଁରୁ ଅନେକଙ୍କ ମଧ୍ୟରେ କରୋନା ଲକ୍ଷଣ ରହିଥିବା ସରକାର ସନ୍ଦେହ କରୁଛନ୍ତି। ଏହାସହ ୪ହଜାରରୁ ଅଧିକ ଲୋକ ବିଦେଶରୁ ମଧ୍ୟ କିଛିଦିନ ଭିତରେ ଫେରିଥିବା ପଞ୍ଜୀକରଣରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର