ବ୍ରହ୍ମପୁର : ରବିବାର ସନ୍ଧ୍ୟାରେ ପ୍ରଥମେ ପରିବେଷଣ ହୋଇଥିଲା ଓଡ଼ିଶୀ, ତା’ପରେ ସମ୍ବଲପୁରୀ, ଆଦିବାସୀ ନୃତ୍ୟ, ବିହୁ, ମଣିପୁରୀ ନୃତ୍ୟ, ଆଧୁନିକ ନୃତ୍ୟ ଏଭଳି ଏକରୁ ଆରେକ ସାଂସ୍କୃତିକ କାର୍ଯ୍ୟକ୍ରମ। ସିଲ୍କ ସିଟି ଫେଷ୍ଟର ତୃତୀୟ ସନ୍ଧ୍ୟାରେ ଆଜି ଏଭଳି ସାଂସ୍କୃତିକ ସଦ୍‌ଭାବନାର ଅପୂର୍ବ ନିଦର୍ଶନ ଦେଖିବାକୁ ମିଳିଥିଲା।  ବିଶେଷକରି ପୂର୍ବ ଭାରତର ନୃତ୍ୟ ସଂଗୀତ ପରିବେଷଣ ହୋଇଥିଲା, ଯାହାକି ସଂସ୍କୃତିପ୍ରେମୀଙ୍କୁ ଆମୋଦିତ କରିଥିଲା। ସମବେତ ଦର୍ଶକ ମଧ୍ୟ ବିମୋହିତ ହୋଇଥିଲେ। କାହ୍ନୁ ଓ ଶିବାନନ୍ଦ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Advertisment

publive-image

ବ୍ରହ୍ମପୁର ଓଡ଼ିଶୀ ନୃତ୍ୟାୟନର କଳାକାରଙ୍କ ଦ୍ବାରା ‘ଓଡ଼ିଶୀ’ ପରିବେଷଣ ହୋଇଥିବା ବେଳେ ଗାୟତ୍ରୀ କଳା ବିକାଶ କେନ୍ଦ୍ର ପକ୍ଷରୁ ସମ୍ବଲପୁରୀ, ଲଳିତା କଲ୍‌ଚରାଲ୍ ଏକାଡେମି ପକ୍ଷରୁ ଆଧୁନିକ ନୃତ୍ୟ, ହିଂଜିଳିକାଟୁ ନୃତ୍ୟମ୍ କଳା ଗବେଷକ କେନ୍ଦ୍ର ପକ୍ଷରୁ ସେମି କ୍ଲାସିକାଲ୍ ଡ୍ୟାନ୍ସ, ନୃତ୍ୟ ବୈଭବ କଳାକେନ୍ଦ୍ର ପକ୍ଷରୁ ଆଦିବାସୀ ନୃତ୍ୟ, ଆସାମର ମୁକୁଟ ବୋରା ଓ ତାଙ୍କ ସାଥୀ କଳାକାରଙ୍କ ଦ୍ବାରା ବିହୁ ନୃତ୍ୟ, ଅଂଶୁମାନ ଗୁପ୍ତା ଓ ସାତଈଙ୍କ ଦ୍ବାରା ମଣିପୁରୀ ନୃତ୍ୟ ପରିବେଷଣ ହୋଇଥିଲା। ଏହାପରେ ମେଗା ସେଲିବ୍ରିଟି ନାଇଟ୍ ଅନୁଷ୍ଠିତ ହୋଇଥିଲା।

publive-image

ସିଲ୍କ ସିଟି ଫେଷ୍ଟ-୨୦୨୩ର ତୃତୀୟ ସନ୍ଧ୍ୟାରେ ମେଗା ସେଲିବ୍ରିଟି ଭାବେ ଯୋଗ ଦେଇଥିଲେ ବଲିଉଡ୍‌ର ପ୍ରଖ୍ୟାତ କଣ୍ଡଶିଳ୍ପୀ ଆଦିତ୍ୟ ନାରାୟଣ ଓ ତାଙ୍କ ସୁପୁତ୍ର ଉଦିତ୍ ନାରାୟଣ। ଦୁହିଁଙ୍କ ଶ୍ରୁତିମଧୁର କଣ୍ଠରେ ଗୋଟିଏ ପରେ ଗୋଟିଏ ସୁପରହିଟ୍ ସଂଗୀତ ପରିବେଷଣ ଦର୍ଶକଙ୍କୁ ମତୁଆଲା କରିଥିଲା। ଏଥିସହ ସୁନାମଧନ୍ୟ ସମ୍ବଲପୁରୀ ଗାୟକ ମଣ୍ଟୁ ଛୁରିଆ ‌ନିଜର କେତେକ ସୁପର୍‌ହିଟ୍ ସଂଗୀତ ପରିବେ‌ଷଣ କରି ଦର୍ଶକଙ୍କୁ ମନୋରଞ୍ଜିତ କରିଥିଲେ।

publive-image