୧୮ ରୁ ୪୫ ବର୍ଷ ପାଇଁ ଟିକାକରଣ ବିଳମ୍ବ ହୋଇପାରେ

ଭୁବନେଶ୍ବର: ଅନିଶ୍ଚିତତା ଘେରରେ ଟିକାକରଣ । ୧୮ ରୁ ୪୫ ବର୍ଷ ପାଇଁ ଟିକାକରଣ ବିଳମ୍ବ ହେବ । ଏପରିକି ମେ ମାସରେ କୋଭିଡସିଲ୍ଡ ଟିକା ପହଁଞ୍ଚିବା ସମ୍ଭାବନା କ୍ଷୀଣ ରହିଛି । ମେ ମାସ ମଧ୍ୟଭାଗ ସୁଦ୍ଧା କୋଭାକ୍ସିନ ଆସିପାରେ । କିନ୍ତୁ କୋଭିସିଲ୍ଡ ଟିକା ପହଁଞ୍ଚି ପାରିବ କି ନାହିଁ ତାହା କହିହେବ ନାହିଁ ।

ଟିକା ଉପଲବ୍ଧ ହେବା ପରେ ଟିକାକରଣ କରାଯିବ । ଏଭଳି ଆଶଙ୍କା କରିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ତେବେ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆସନ୍ତାକାଲିଠାରୁ ପଞ୍ଜୀକରଣ ଆରମ୍ଭ ହେବ । କୋୱିନ ଆପକୁ ଯାଇ ସମସ୍ତେ ପଞ୍ଜୀକରଣ କରିପାରିବେ । କିନ୍ତୁ ଏବେ ସ୍ଲଟ ଅଫ୍ ଆପଏଣ୍ଟମେଣ୍ଟ ମିଳିବ ନାହିଁ । ଯେବେ ଟିକା ଉପଲବ୍ଧ ହେବ ସେହି ଅନୁସାରେ ସ୍ଲଟ ଦିଆଯିବ । ସେହି ଅନୁସାରେ ପଞ୍ଜୀକୃତ ନାଗରିକ ଟିକା ନେବେ ।

ସମ୍ବନ୍ଧିତ ଖବର