ବାଲେଶ୍ୱର: ବାଲେଶ୍ୱରରେ ତୃତୀୟ ରାଉଣ୍ଡ ଗଣତି ଶେଷ ହୋଇଥିବାର ସୂଚନା ମିଳିଛି। ଏହି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ୩୨୧୫ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀଙ୍କୁ ମିଳିଛି ୨୮୯୪ଟି ଭୋଟ ଏବଂ କଂଗ୍ରେସକୁ ମିଳିଛି ୩୨୫ଟି ଭୋଟ। ଏହି ରାଉଣ୍ଡରେ ବିଜେଡି ୩୧୬ ଭୋଟ ଆଗରେ ରହିଛି। ତେବେ ଏହି ରାଉଣ୍ଡ ଶେଷ ସୁଦ୍ଧା ୧୩୭୦ ଖଣ୍ଡ ଭୋଟରେ ବିଜେଡି ଆଗୁଆ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଥମ ରାଉଣ୍ଡରେ ବିଜେଡି ୬୧୫ ଭୋଟରେ ଆଗୁଆ ଥିବା ବେଳେ ଏହି ସଂଖ୍ୟା ଦ୍ବିତୀୟ ପର୍ଯ୍ୟାୟରେ ସାମାନ୍ୟ କମିଥିଲା ଓ ତୃତୀୟ ରାଉଣ୍ଡରେ ତାହା ପୁଣି କମିଛି। ବାଲେଶ୍ବରରେ ଦ୍ବିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୩୬୬୯ ଭୋଟ ମିଳିଥିବା ବେଳେ ବିଜେପିକୁ ୩୨୩୦ଟି ଭୋଟ ମିଳିଥିଲା। ସେହିପରି କଂଗ୍ରେସ ପ୍ରାର୍ଥୀଙ୍କୁ ୯୪୦ଟି ଭୋଟ ମିଳିଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କୁ ୭୨ଟି ମିଳିଥିଲା। ତେଣୁ ଦ୍ବିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ସମୁଦାୟ ୧୦୫୪ ଭୋଟରେ ଆଗୁଆ ରହିଥିଲା।
ପ୍ରଥମ ପର୍ଯ୍ୟାୟ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ୩୪୫୯ଟି ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ୨୮୪୪ଟି ଭୋଟ୍ ମିଳିଥିଲା । ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ୫୨୩ଟି ଭୋଟ୍ ପାଇଥିଲେ ଏବଂ ସ୍ବାଧୀନ ପ୍ରାର୍ଥୀ ବେଣୁଧର ବାରିକ ୨୮ ଖଣ୍ଡ ଭୋଟ୍ ପାଇବାରେ ସକ୍ଷମ ହୋଇଥିଲେ । ବାଲେଶ୍ବରରୁ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ୧୪ଟି ଟେବୁଲରେ ଗଣତି ଆରମ୍ଭ ହୋଇଛି ଓ ୨୫ ରାଉଣ୍ଡରେ ଗଣତି ହେବ।
ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ପ୍ରଥମେ ପୋଷ୍ଟାଲ୍ ବାଲଟ ଭୋଟ୍ ଗଣତି ଶେଷ କରାଯାଇଛି । ଆଜି ସକାଳ ୬ଟାରେ ଗଣତି କେନ୍ଦ୍ରକୁ କାଉଣ୍ଟିଂ ଦାୟିତ୍ବରେ ଥିବା କର୍ମଚାରୀମାନଙ୍କୁ ପ୍ରବେଶ ପାଇଁ ଛଡ଼ାଯାଇଥିଲା। ପ୍ରବେଶ ଦ୍ବାର ନିକଟରେ ମଧ୍ୟ କଡ଼ାକଡ଼ି ଯାଞ୍ଚ୍ କରାଯାଇଥିଲା। ଏହାବାଦ କୋଭିଡ ଗାଇଡଲାଇନ୍ ମାନି ଭୋଟ ଗଣତି କାର୍ଯ୍ୟ ଜାରି ରହିଛି । ଏଠାରେ ସାମାଜିକ ଦୂରତା, ମାସ୍କ, ଫେସ ସିଲ୍ଡ, ସାନିଟାଇଜର, ୱେୟାରଲେସ ବାରିକେଡ ଓ ଟ୍ରାନ୍ସପରେଂଟ ପଲିଥିନ ସିଟ ଆଦି ବ୍ୟବସ୍ଥା ରହିଛି।