ବାଲେଶ୍ୱର: ଚିଟଫଣ୍ଡ ସଂସ୍ଥାର ୨ ନିର୍ଦ୍ଦେଶକଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଥିବାର ଖବର ମିଳିଛି। ବାଲେଶ୍ଵର ସ୍ଵତନ୍ତ୍ର ଓ ପି ଆଇ ଡି କୋର୍ଟ ଦ୍ଵାରା ଚିଟ୍ ଫଣ୍ଡ ଠକେଇ ମାମଲାରେ ଦୁଇ ଜଣଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଦଣ୍ଡ ସହ ୧ ଲକ୍ଷ ୫୧ ହଜାର ଟଙ୍କା ଜରିମାନା କରାଯାଇଛି। ‘ମିରାକିଲ୍ ୱଣ୍ଡର' ନାମକ ଚିଟ୍ଫଣ୍ଡ ସଂସ୍ଥାର ୨ ନିର୍ଦ୍ଦେଶକଙ୍କୁ ମିଳିଛି ଏହି ଦଣ୍ଡାଦେଶ କରିଛନ୍ତି ବାଲେଶ୍ଵର ସ୍ଵତନ୍ତ୍ର ଓ ପି ଆଇ ଡି କୋର୍ଟ ଜଜ୍ ବିଶ୍ୱଜିତ୍ ଦାସ ।
ସୂଚନା ଅନୁଯାୟୀ, ମିରାକଲ ୱଣ୍ଡର ସେଲ୍ସ ଆଣ୍ଡ ମାର୍କେଟିଂ ଲିମିଟେଡର ନିର୍ଦ୍ଦେଶକ ମମତା ଦେ ଓ ମାର୍କେଟିଂ ମ୍ୟାନେଜର ଲକ୍ଷ୍ମୀକାନ୍ତ ମହାରଣାଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ, ୧ ଲକ୍ଷ ୫୧ ହଜାର ଟଙ୍କା ଜରିମାନା, ଅନାଦେୟକ୍ରମେ ୨୩ ମାସ ଜେଲ ଦଣ୍ଡାଦେଶ ହୋଇଛି। ବାଲେଶ୍ଵର ସହରର ସହଦେବ ଖୁଣ୍ଟା ଥାନାରେ ୯ ଲକ୍ଷ ଟଙ୍କା ଠକେଇ ମାମଲାରେ ୩୦୦/୧୫ ରେ ଏତଲାକାରୀ ରତ୍ନପ୍ରଭା ଦାସ ଅଭିଯୋଗ କରିଥିଲେ। ଏହି ମାମଲାରେ ସରକାରଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିଲେ ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp