୩ ବର୍ଷରେ ରାସ୍ତା, ଶିଳ୍ପ ପାଇଁ ବଳି ପଡ଼ିଛି ସାଢ଼େ ୪ ଲକ୍ଷ ଗଛ

ଭୁବନେଶ୍ବର: ଗତ ତିନି ବର୍ଷରେ ରାସ୍ତା ପ୍ରଶସ୍ତିକରଣ ଓ ଶିଳ୍ପାୟନ ପାଇଁ ୪ ଲକ୍ଷ ୬୭ ହଜାର ୭୧୫ଟି ଗଛ କଟାଯାଇଛି। ୨୦୧୬-୧୭ରେ ରାସ୍ତା ପାଇଁ ୭୭,୩୦୫ ଓ ଶିଳ୍ପାୟନ ପାଇଁ ୧୧,୫୭୨ ଗଛ କଟାଯାଇଥିଲା। ୨୦୧୭-୧୮ରେ ଏହି ସଂଖ୍ୟା‌ ବୃଦ୍ଧି ପାଇ ରାସ୍ତା ନିମନ୍ତେ ୧,୧୩,୯୭୮ ଓ ଶିଳ୍ପାୟନ ନିମନ୍ତେ ୧୩,୬୧୨ ଗଛ କଟାଯାଇଥିଲା। ୨୦୧୮-୧୯ରେ ରାସ୍ତା ପାଇଁ ୨,୩୩,୯୯୮ ଓ ଶିଳ୍ପାୟନ ପାଇଁ ୧୭,୨୫୩ ଗଛ କଟାଯାଇଛି। ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ସୂଚନା ଦେଇଛନ୍ତି। ସେହିପରି ବିଭାଗ ତରଫରୁ ୨୭,୩୨୨ ହେକ୍ଟର ପରିମିତ ଅଞ୍ଚଳରେ ସଘନ ବନୀକରଣ, ୧୦ ଲକ୍ଷ ୫ ହଜାର ୨୬ ହେକ୍ଟର ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର ଏବଂ ୧୨ ହଜାର ୭୫୯ ଆର୍‌କେଏମ୍‌ ପଥପାର୍ଶ୍ବ ବନୀକରଣ କାର୍ଯ୍ୟ କରାଯାଇ ୧୦ କୋଟି ୫ ଲକ୍ଷ ୩୯ ହଜାର ବୃକ୍ଷଚାରା ରୋପଣ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର