କୋମନା: ନୂଆପଡ଼ା ଜିଲ୍ଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟର ରୁପିଆମ୍ବ ନାଳରୁ ଯୁବତୀଙ୍କ ନରକଙ୍କାଳ ଉଦ୍ଧାର ଘଟଣାରେ ୪ଜଣଙ୍କୁ ପୁଲିସ ଗିରଫ କରିଛି। ଯୁବତୀଙ୍କ ଭାଇ ସମେତ ୪ ଜଣଙ୍କୁ ଗିରଫ କରିଛି କୋମନା ପୁଲିସ। ବିବାହ ପୂର୍ବରୁ କୁମାରୀ ମାତୃତ୍ବ ଘଟଣାକୁ ନେଇ ଭଉଣୀଙ୍କୁ ତଣ୍ଟି ଚିପି ହତ୍ୟା ପରେ ଭାଇ ସମେତ ୪ ଅଭିଯୁକ୍ତ ପୋଲ ତଳୁକୁ ଫିଙ୍ଗିଥିଲେ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ନୂଆପଡ଼ା ଜିଲ୍ଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟର ରୁପିଆମ୍ବ ନାଳଠାରୁ ମଙ୍ଗଳବାର ଜଣେ ଯୁବତୀଙ୍କ ହାଡ଼ କଙ୍କାଳ କୋମନା ପୁଲିସ୍ ଉଦ୍ଧାର କରିଥିଲା। ଘଟଣାସ୍ଥଳରେ ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲା। ଏହି ଘଟଣାରେ ସଂପୃକ୍ତ ଥିବା ସନ୍ଦେହ କରି ପୁଲିସ୍ ୪ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।
/sambad/media/post_attachments/wp-content/uploads/2022/06/fd06311f-6ceb-49e9-87e0-fe8f516f60e6.jpg)
ପ୍ରକାଶ ଯେ, କୋମନା ଥାନା ଅଞ୍ଚଳରୁ ୨୦ ବର୍ଷର ଜଣେ ଯୁବତୀ ନିଖୋଜ ହୋଇଥିବା କୋମନା ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାର ବିହିତ ତଦନ୍ତ କରାଯିବାକୁ ସଂପୃକ୍ତ ଯୁବତୀ ରହୁଥିବା ପଡ଼ାବାସୀ ପୁଲିସର ଦ୍ବାରସ୍ଥ ହୋଇଥିଲେ। ହେଲେ ପୁଲିସ୍ ଯୁବତୀଙ୍କ ସୁରାକ୍ ପାଇନଥିଲା। ପରେ କୋମନା ବ୍ଲକର ସମାଜସେବୀ ଅଭିନ୍ନ ପୁରୋହିତ ସାଥୀ ଏବଂ ନୂଆପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ନୂଆପଡ଼ା ଏସ୍ପିଙ୍କୁ ଭେଟି ଯୁବତୀ ନିଖୋଜ ଘଟଣାର ପ୍ରକୃତ ତଦନ୍ତ କରିବାକୁ ଦାବି କରିଥିଲେ। ତେବେ ମଙ୍ଗଳବାର ଜଣେ ଯୁବତୀଙ୍କ ହାଡ଼ କଙ୍କାଳ ସୁନାବେଡ଼ା ଅଭୟାରଣ୍ୟରୁ ମିଳିବା ପରେ ତାହା ସଂପୃକ୍ତ ଯୁବତୀଙ୍କ ହୋଇଥାଇ ପାରେ ବୋଲି ଅଞ୍ଚଳବାସୀ ସନ୍ଦେହ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/29251ea8-eb0e-4643-85bf-0dda0880fc58.jpg)