କରୋନାକୁ ନେଇ ସୋସିଆଲ ମିଡିଆରେ ମିଛ ପ୍ରଚାର କରିବା ଅଭିଯୋଗରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷଙ୍କ ସମେତ ୪ ଗିରଫ

ପାରାଦୀପ: କରୋନାକୁ ନେଇ ସୋସିଆଲ ମିଡିଆରେ ମିଛ ପ୍ରଚାର କରିବା ଅଭିଯୋଗରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଓ ପୂର୍ବତନ ସରପଞ୍ଚଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି ପୁଲିସ୍ l ସେମାନେ ସମସ୍ତେ ଜଗତସିଂହପୁର ଜିଲ୍ଲାର ଏରସମା ଅଞ୍ଚଳର ବୋଲି ଜଣାଯାଇଛି। ସେମାନେ ଗୁଜବ ପ୍ରଚାର କରିଥିଲେ।

ରାଜ୍ୟ ବାହାରୁ ଆସିଥିବା ଜଣେ ଲୋକ ଏରସମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇଥିବା ବେଳେ ଉକ୍ତ ଲୋକଟି କରୋନା ସଂକ୍ରମିତ ବୋଲି ସେମାନେ ହ୍ବାଟସଅପ୍ ଗ୍ରୁପ୍ ଏବଂ ଫେସବୁକ୍ ଜରିଆରେ ଅପପ୍ରଚାର କରିଥିଲେ।

ଗତକାଲି ଏକଥା ପ୍ରଚାରିତ ହେବା ପରେ ଆଜି ଏରସମା ଥାନା ପୁଲିସ୍ ଏରସମା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ମାନସରଞ୍ଜନ ସେଠୀ, ପୂର୍ବତନ ସରପଞ୍ଚ ଦୀପକ ଦାସ, ଉମେଶ ରାଉତ ଓ ଜ୍ୟୋତି ପ୍ରକାଶ ସାହୁଙ୍କୁ ଗିରଫ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର