ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ଧକୋଠା ପଞ୍ଚାୟତ ଅଞ୍ଚଳର ଜଣେ ବିଧବା ମହିଳାଙ୍କ ୧୭ ବର୍ଷୀୟା ଝିଅ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ଗ୍ରାମର ୪ଜଣ ଯୁବକ ନାବାଳିକାଙ୍କୁ ଟେକି ନେଇ ଜଙ୍ଗଲରେ ଦୁଷ୍କର୍ମ କରିଛନ୍ତି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରି ସମ୍ପୃକ୍ତ ଯୁବକମାନଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସେହି ଗ୍ରାମର ମେଦା ନାଇକ, ଚଗୁଲ ନାଇକ, ବଳିଆ ନାଇକ, କୁନା ନାଇକ। ସେମାନଙ୍କ ବିରୋଧରେ ପୋକ୍ସୋ ଆକ୍ଟ ସମେତ ଆଇପିସି ଧାରା ୩୭୬ଡି, ୨୯୪, ୩୯୪, ୫୦୬ ଦଫାରେ ମାମଲା ରୁଜୁ ହୋଇଛି। ଡାକ୍ତରୀମାଇନା ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।
ପୁଲିସ ସୂଚନା ଅନୁସାରେ, ନାବାଳିକା ଜଣଙ୍କ ଗତ ୨୯ ତାରିଖ ସନ୍ଧ୍ୟାରେ ଗାଁପାଖ ନାଳରୁ ଶୌଚ ହୋଇ ଫେରୁଥିବାବେଳେ ରାସ୍ତାରେ ଜଣେ ସମ୍ପର୍କୀୟ ଯୁବକଙ୍କୁ ଭେଟିଥିଲେ। ସମ୍ପୃକ୍ତ ଯୁବକଙ୍କ ସହ ନାବାଳିକା କଥା ହେଉଥିବାବେଳେ ଅଭିଯୁକ୍ତମାନେ ସେଠାରେ ପହଞ୍ଚି ଏଠାରେ କାହିଁକି କଥା ହେଉଛୁ ବୋଲି ନାବାଳିକାଙ୍କୁ ତାଗିଦ୍ କରିଥିଲେ। ଏହି ସମୟରେ ତାଙ୍କ ସହ କଥା ହେଉଥିବା ସମ୍ପର୍କୀୟ ଯୁବକ ଜଣଙ୍କ ସେଠାରୁ ପଳାଇ ଯାଇଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତମାନେ ନାବାଳିକାଙ୍କୁ ଟେକି ନେଇ ନାଳ ଆରପଟେ ଥିବା ଜଙ୍ଗଲରେ ଦୁଷ୍କର୍ମ କରିଥିଲେ। ଏନେଇ ୧ ତାରିଖରେ ଘସିପୁରା ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ କେସ୍ ନମ୍ବର ୧/୨୧ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ମେଦ, ଚଗୁଲ, ବଳିଆ ଓ କୁନାକୁ ଅଟକ ରଖି ପୁଲିସ ପଚରାଉଚରା କରିବା ପରେ ସେମାନେ ଦୋଷ ସ୍ବୀକାର କରିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/arr.jpg)