କୋଲାବିରା : କୋଲାବିରା ଥାନା ପତ୍ରାପାଲି ଜିତୁ ଢାବାରେ ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି କରିବା ଓ ଦାଦାଗିରି ଅଭିଯୋଗରେ କୋଲାବିରା ପୁଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଝାରସୁଗୁଡା ଥାନା ଅଧୀନ ବଢେଇମୁଣ୍ଡାର ରଙ୍କନିଧି ବାଗ (୪୪), ଲଇକେରା ଥାନା ସିଆଲରମାର ଅରୁଣ ବାଗ (୩୨), ବନ୍ଧପାଲିର ଶିବଶଙ୍କର ଗୋଖରା(୩୦) ଓ ତପନ ଶୋଏଲ (୨୪)।

Advertisment

ସୂଚନା ଅନୁଯାୟୀ ଅଭିଯୁକ୍ତମାନେ ଶନିବାର ରାତିରେ ପତ୍ରାପାଲି ଛକରେ ଥିବା ଜିତୁ ଢାବାରେ ଖିଆପିଆ କରିବା ପରେ ଟଙ୍କା ନଦେଇ ମାଲିକଙ୍କୁ ଧମକ ଚମକ ଦେବା ସହ ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି କରି ଫେରାର ହୋଇଯାଇଥିଲେ। ଢାବା ମାଳିକ କୋଲାବିରା ଥାନାକୁ ଖବର ଦେବା ପରେ ପୁଲିସ ଚଢ଼ଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ବନ୍ଧୁକ ଜବତ କରାଯାଇଛି। ରବିବାର ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।