କଟକ/ରାଉରକେଲା : ରାଜ୍ୟରେ ପୁଣି ଏକ ବଡ଼ଧରଣର ଜିଏସ୍ଟି ଠକେଇର ପର୍ଦ୍ଦାଫାସ ହୋଇଛି। ୧୩୮ କୋଟି ଟଙ୍କାର ଏହି ଠକେଇକୁ ଦେଶର ଜିଏସ୍ଟି କ୍ଷେତ୍ରରେ ଅନ୍ୟତମ ବଡ଼ ଠକେଇ ଭାବେ ବିବେଚନା କରାଯାଉଛି। ଏହି ଘଟଣାରେ ମାଷ୍ଟରମାଇଣ୍ଡ୍ ସମେତ ୪ ଜଣ କୁଖ୍ୟାତ ଠକଙ୍କୁ ଗିରଫ କରିଛି ଓଡ଼ିଶା ବାଣିଜ୍ୟକର ଏବ˚ ଦ୍ରବ୍ୟ ଓ ସେବା କର କମିସନରେଟର ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍। ଏହି ରୢାକେଟର ମୁଖ୍ୟ ରାଉରକେଲାର ଅତୁଲ ବଂଶଲ, ସହଯୋଗୀ ଯାଜପୁରର ବିରଜା ଷ୍ଟିଲ୍ ନାମରେ ଖୋଲିଥିବା ଜାଲ ସ˚ସ୍ଥାର ଅ˚ଶୀଦାର ରାମଚନ୍ଦ୍ର ମଲ୍ଲିକ, ରାଉରକେଲାରେ ଉକ୍ତ ସ˚ସ୍ଥାର ଲିଜ୍ ହୋଲ୍ଡର ଥିବା ଦୀନଦୟାଲ ଅଗ୍ରଵାଲ୍ ଏବଂ ସେହି ସ˚ସ୍ଥାର ଅ˚ଶୀଦାର ସହିତ ରାଉରକେଲା ଅନନ୍ତଭୁଜ କନ୍ଷ୍ଟ୍ରକ୍ସନ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶକ ଓ ଆଖଣ୍ତଳମଣି ଏଣ୍ଟରପ୍ରାଇଜର୍ସ ପ୍ରୋପ୍ରାଇଟର ଆଦିତ୍ୟ କୁମାର ନାୟକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।
ଏହି ବଡ଼ଧରଣର ଠକେଇ ସଂପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ କମିସନର ସୁଶିଲ କୁମାର ଲୋହାନି ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଅତୁଲ ଏଜେଣ୍ଟଙ୍କ ମାଧ୍ୟମରେ ରାଜ୍ୟରେ ଗୃହିଣୀ, ଟ୍ୟାକ୍ସି ଚାଳକ, ଦିନ ମଜୁରିଆ, ପାଣି ପାଇପ୍ ମିସ୍ତ୍ରୀ, ପାନ ଦୋକାନୀ, ବେକାର ଯୁବକଙ୍କୁ ରୋଜଗାର ଦେବାର ପ୍ରଲୋଭନ ଦେଖାଇ ଟାର୍ଗେଟ କରୁଥିଲା। ସେମାନଙ୍କ ନିକଟରୁ ଏଥିପାଇଁ ପ୍ୟାନ୍ କାର୍ଡ, ଆଧାର କାର୍ଡ ଏବ˚ ଫଟୋ ଇତ୍ୟାଦି ସ˚ଗ୍ରହ କରି ସମ୍ପୃକ୍ତ ଲୋକଙ୍କ ନାଁରେ ୨୦ଟି ସ୍କ୍ରାପ୍ ବ୍ୟବସାୟ ପ୍ରତିଷ୍ଠାନ କେବଳ କାଗଜପତ୍ରରେ ଖୋଲିଥିଲା। କିନ୍ତୁ ବାସ୍ତବରେ ସେଭଳି କୌଣସି ସ˚ସ୍ଥା ଯାଜପୁର କିମ୍ବା ରାଉରକେଲାରେ ନଥିଲା। ଏହି ସବୁ ସ୍ଥିତି ନଥିବା ସଂସ୍ଥାର ନାମରେ କିନ୍ତୁ ସ୍କ୍ରାପ୍ କାରବାର ୨୦୧୮ ଏପ୍ରିଲରୁ ୨୦୧୯ ଅଗଷ୍ଟ ପର୍ଯ୍ୟନ୍ତ ଚାଲି ଆସିଥିବା ଦର୍ଶାଯାଉଥିଲା। ଜାଲ୍ ବିଲ୍ ପ୍ରସ୍ତୁତ କରି ୬୦୩ କୋଟି ଟଙ୍କାର ସ୍କ୍ରାପ୍ କିଣାଯାଇଥିବାବେଳେ ୭୪୩ କୋଟି ଟଙ୍କାର ସ୍କ୍ରାପ୍ ବିକ୍ରି ହୋଇଥିବା କାଗଜପତ୍ରରେ ଦର୍ଶାଯାଇଥିଲା। ଓଡ଼ିଶା ସମେତ ପଞ୍ଜାବ, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡଖଣ୍ତ ଇତ୍ୟାଦି ରାଜ୍ୟକୁ ଏହି ସ୍କ୍ରାପ କାରବାର କରାଯାଇଥିବାର ବିଲ୍ ପ୍ରସ୍ତୁତ ହୋଇଥିଲା। ମାଫିଆମାନେ ଯେଭଳି ଧରା ନପଡ଼ିବେ ଓ କାରବାରକୁ ବାସ୍ତବ ରୂପ ଦେବା ପାଇଁ ସମ୍ପୃକ୍ତ ଗରିବ ଲୋକଙ୍କ ନାଁରେ ବ୍ୟାଙ୍କ୍ରେ ଖୋଲାଯାଇଥିବା ଖାତାରେ ଟଙ୍କା ଜମା କରାଯାଉଥିଲା ଏବ˚ ତାହାକୁ ପୁଣି ଉଠାଇ ନିଆଯାଉଥିଲା। ସରକାରଙ୍କ ନିକଟରେ ଟିକସ୍ ପୈଠ ହୋଇଥିବା ସଂକ୍ରାନ୍ତରେ ବି ଜାଲ୍ କାଗଜପତ୍ର ପ୍ରସ୍ତୁତ କରାଯାଉଥିଲା। ବାସ୍ତବରେ କୌଣସି ପ୍ରକାର ଟିକସ୍ ପୈଠ ଅଥବା ସ୍କ୍ରାପ୍ କିଣାବିକା କରାଯାଉ ନଥିଲା। କିନ୍ତୁ ଚୋରାରେ ଚାଲିଥିବା ସ୍କ୍ରାପ କାରବାରରେ ଏହି କାଗଜପତ୍ରକୁ ବ୍ୟବହାର କରାଯାଉଥିଲା। ଫଳରେ ଏହି ଚୋରା କାରବାରରେ ଓଡ଼ିଶା ସରକାର ମୋଟ ୧୩୮ କୋଟି ଟଙ୍କାର ଟିକସ ହରାଇଛନ୍ତି। ଉପରୋକ୍ତ ଚାରି ଠକଙ୍କୁ ୨୦୧୭ ଓଜିଏସ୍ଟି ଆକ୍ଟର ଧାରା ୧୩୨(୧)(ସି), ୧୩୨(୧)(ବି), ୧୩୨(୧)(ଆଇନରେ ଗିରଫ କରାଯାଇଥିବା କମିସନର ଶ୍ରୀ ଲୋହାନି କହିଛନ୍ତି।
ଏ ପ୍ରକାର ଘଟଣାର ତଦନ୍ତ ପ୍ରକ୍ରିୟାରେ ରାଜ୍ୟ ଅତିରିକ୍ତ ବାଣିଜ୍ୟକର ଓ ଜିଏସ୍ଟି କମିସନର(ଏନ୍ଫୋର୍ସମେଣ୍ଟ ବିଭାଗ ମୁଖ୍ୟ) ମାନଭଞ୍ଜନ ଆଚାର୍ଯ୍ୟଙ୍କ ସମେତ ଯୁଗ୍ମ ବାଣିଜ୍ୟକର ଓ ଜିଏସ୍ଟି କମିସନର ବିଶ୍ବଜିତ ପାଲ୍ ଏବ˚ ୪୦ ବରିଷ୍ଠ ଅଧିକାରୀ ଗଲା ଦୁଇ ମାସ ହେବ ସାମିଲ ହୋଇ ଆସିଛନ୍ତି। ଠକ ବ୍ୟବସାୟୀମାନେ ଜାଲ୍ ଇନ୍ପୁଟ ଟ୍ୟାକ୍ସ କ୍ରେଡିଟ୍ ବ୍ୟବହାର କରି ଟିକସ୍ ଫାଙ୍କିଥିବାରୁ ସେମାନଙ୍କଠାରୁ ଟିକସ୍ ଫାଙ୍କିର ପରିମାଣ ଏବ˚ ସୁଧ ସହିତ ଜରିମାନା ଆଦାୟ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ। ବାହାର ରାଜ୍ୟର ଯେଉଁ ବ୍ୟବସାୟୀମାନେ ଏହି ଜାଲ ଇନ୍ପୁଟ ଟ୍ୟାକ୍ସ କ୍ରେଡିଟ୍ ନେଇଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୃକ୍ତ ରାଜ୍ୟର ଜିଏସ୍ଟି କମିସନରଙ୍କୁ ଚିଠି ଲେଖାଯିବାକୁ ନିଷ୍ପତ୍ତି ହୋଇଛି।
ଏଠାରେ ସୂଚନାଯୋଗ୍ୟ ଯେ, ଗୋଟିଏ ଠକେଇ ପଂଜାବରେ ଧରା ପଡିଥିବାବେଳେ ଏହାକୁ ମିଶାଇ ଦୁଇଟି ଠକେଇ ଓଡ଼ିଶାରେ ଧରା ପଡିଲାଣି। ସୁନ୍ଦରଗଡ଼, ବରଗଡ଼ର ପାନ ଦୋକାନୀ, ପାଣି ପାଇପ୍ ମିସ୍ତ୍ରୀଙ୍କୁ ସ୍କ୍ରାପ୍ ବ୍ୟବସାୟୀ ଦର୍ଶାଇ ମାଫିଆମାନେ ଏହି ଘଟଣାରେ ୧୩୮ କୋଟି ଟଙ୍କାର ଜିଏସ୍ଟି ଫାଙ୍କିଛନ୍ତି। ଓଡ଼ିଶାରେ ପ୍ରଥମ ଥର ଜିଏସ୍ଟି ଫାଙ୍କି ଅଭିଯୋଗରେ ଅଗଷ୍ଟ ୮ ତାରିଖରେ ଜଣେ କୁଖ୍ୟାତ ସ୍କ୍ରାପ୍ ମାଫିଆକୁ ଗିରଫ କରାଯାଇଥିଲା। ୧୨ କୋଟି ୮୪ ଲକ୍ଷ ଟଙ୍କାର ଟିକସ୍ ଫାଙ୍କି ଅଭିଯୋଗରେ ଟିଟିଲାଗଡ଼ର ତୀର୍ଥଙ୍କର ପଟେଲକୁ ବାଣିଜ୍ୟକର ଓ ଦ୍ରବ୍ୟ ଓ ସେବା କର ବିଭାଗ ଗିରଫ କରିଥିଲା। ଆଜିର ଠକେଇ ମାମଲା ଏବ˚ ତୀର୍ଥଙ୍କରଙ୍କ କାରବାରରେ ଲିଙ୍କ୍ ଥିବାରୁ ରାଜ୍ୟରେ ଗୋଟିଏ ବଡ଼ ନେଟ୍ଵାର୍କ ସକ୍ରିୟ ଥିବା ସନ୍ଦେହ କରାଯାଉଛି।