୧୩୮ କୋଟି ଟଙ୍କାର ଜିଏସ୍‌ଟି ଠକେଇ ମାମଲାରେ ୪ ଅଭିଯୁକ୍ତ ଗିରଫ

କଟକ: ପ୍ରାୟ ୧୩୮ କୋଟି ଟଙ୍କାର ଜିଏସ୍‌ଟି (ଦ୍ରବ୍ୟ ଓ ସେବା କର) ଠକେଇ ମାମାଲରେ ୪ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡ଼ିଛି। ଜିଏସ୍‌ଟି କମିସନର ସୁଶୀଲ କୁମାର ଲୋହାନୀ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଅଭିଯୁମାନଙ୍କ ମଧ୍ୟରେ ୩ ଜଣ ରାଉରକେଲାର ହୋଇଥିବା ବେଳେ ଅନ୍ୟ ଜଣେ ଯାଜପୁରରୁ ଗିରଫ ହୋଇଛି।

ଜିଏସ୍‌ଟି କମିସନର ଶ୍ରୀ ଲୋହାନୀ କହିଛନ୍ତି ଯେ, ଅଭିଯୁକ୍ତମାନେ ମିଛ ନେଣଦେଣ ଦେଖାଇ ଟିକସ ହେରଫେର କରୁଥିଲେ। ଅଭିଯୁକ୍ତମାନେ ସାଧାରଣ ଲୋକ ଓ ଗୃହିଣୀଙ୍କ ନାଁରେ ଆକାଉଣ୍ଟ କରି ନେଣଦେଣ କରୁଥିଲେ। ସେହିଭଳି ମିଛ ଇ-ୱେବିଲ, ଇନ୍‌ଭଏସ୍‌ କରି ଠକୁଥିଲେ। ରାଉରକେଲାର ଅତୁଲ ବଂଶଲ ହେଉଛନ୍ତି ଏହି କାରବାରର ମାଷ୍ଟରମାଇଣ୍ଡ। ଅତୁଲ ବଂଶଲକୁ ରାଉରକେଲାର ଦୀନଦୟାଲ ଅଗ୍ରୱାଲ, ଆଦିତ୍ୟ ନାୟକ ଓ ଯାଜପୁରର ରାମଚନ୍ଦ୍ର ମଲ୍ଲିକ ସହଯୋଗ କରୁଥିଲେ। ଚାରି ଜଣ ଅଭିଯୁକ୍ତ ବିଗତ ୨ ମାସ ମଧ୍ୟରେ ପ୍ରାୟ ୧୩୮ କୋଟି ଟଙ୍କାର ଟିକସ ଠକିଛନ୍ତି।

ଆଜି ପୂର୍ବାହ୍ଣରେ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଟିମ୍‌ ରାଉରକେଲା ଓ ଝାରସୁଗୁଡ଼ାର ବିଭିନ୍ନ ସ୍ଥାନରେ ଅତର୍କୀତ ଭାବେ ଚଢ଼ଉ କରିଥିଲା। ଚଢ଼ାଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିଲା।

ସମ୍ବନ୍ଧିତ ଖବର