ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ହାତୀଦାନ୍ତ ଓ କଲରାପତରିଆ ବାଘ ବାଘ ଛାଲ ବ୍ୟବସାୟୀ ରାକେଟ ଠାବ କରିବାରେ ସଫଳ ହୋଇଛି ପୁଲିସ । ଭବାନୀପାଟଣାରୁ ଗ୍ୟାଙ୍ଗର ୪ ଜଣଙ୍କୁ କ୍ରାଇମ୍ ବ୍ରାଞ୍ଚ ଏସଟିଏଫ ଟିମ୍ ଗିରଫ କରିଥିବା ଜଣାଯାଇଛି । ସେମାନଙ୍କଠାରୁ ଗୋଟିଏ ମୂଲ୍ୟବାନ ହାତୀଦାନ୍ତ ଏବଂ ଗୋଟିଏ ବାଘ ଛାଲ ଜବତ କରାଯାଇଥିବା ଜଣାଯାଇଛି। ଗିରଫ ଲୋକଙ୍କୁ ଏସଟିଏଫ ଟିମ୍ ଭୁବନେଶ୍ୱର ଆଣୁଥିବା ଜଣାଯାଇଛି।

Advertisment

publive-image
ମିଳିଥିବା ସୂଚନା ଅନୁଯାୟୀ ବେଶ କିଛିଦିନ ହେବ ରାଜ୍ୟ ତଥା ରାଜ୍ୟ ବାହାରକୁ ବିଭନ୍ନ ସମୟରେ ହାତୀଦାନ୍ତ ଓ ବାଘ ଛାଲର ଚୋରା ଚାଲାଣରେ ସକ୍ରିୟ ରହିଥିବା ଏକ ରାକେଟ ସଂପର୍କରେ କ୍ରାଇମ୍ ବ୍ରାଞ୍ଚ ଏସଟିଏଫ ଟିମକୁ ଖବର ମିଳିଥିଲା। ଏନେଇ ଆଜି ରାକେଟକୁ ଧରିବାଲାଗି କ୍ରାଇମବ୍ରାଞ୍ଚ ଟିମ ଗ୍ରାହକ ହୋଇ ସେଠାରେ ପହଞ୍ଚିଥିଲା । କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଗ୍ରାହକ ହୋଇ ବାଘ ଛାଲ କିଣିବାକୁ ଚୋରା ବ୍ୟବସାୟୀଙ୍କ ପାଖେ ପହଞ୍ଚି ସେମାନଙ୍କୁ ଧରିଥିଲା। ଏହି ରାକେଟର ୪ଜଣ ଚୋରା ବ୍ୟବସାୟୀଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ । ସେମାନଙ୍କୁ ପଚରାଉଚରା କରାଯାଇ ଅଧିକ ତଥ୍ୟ ହାସଲ କରାଯିବାର ମିଳିଛି।