ଯୋଗାଣ ନିରିକ୍ଷକଙ୍କୁ ମାଡ଼ ମାରି ଜେଲ ଗଲେ ୪ ବ୍ୟକ୍ତି

ସୋନପୁର: ଯୋଗାଣ ନିରିକ୍ଷକଙ୍କୁ ମାଡ଼ ମାରି ଜେଲ ଗଲେ ୪ ବ୍ୟକ୍ତି | ବିନିକା ବ୍ଳକ ସେଲେଡ଼ି ଗ୍ରାମପଞ୍ଚାୟତରେ କିଛି ଏଭଳି ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ପିଡ଼ିଏସ ଚାଉଳ ବଣ୍ଟନ ନିମ୍ନମାନର ଅଭିଯୋଗ ନେଇ ବିନିକା ଯୋଗାଣ ନିରିକ୍ଷକ ଦିବ୍ୟସିଂଙ୍ଗ ବଡ଼ମାଲିଙ୍କୁ ସେଲେଡ଼ି ଗ୍ରାମପଞ୍ଚାୟତ ପରିସରରେ ସେହି ପଞ୍ଚାୟତର ୪ ଜଣ ମରଣାନ୍ତକ ଆକ୍ରମଣ କରିଥିଲେ | ତୁଲୁଣ୍ଡୁପାଲି ଗ୍ରାମର ଅରୁଣ ଭୋଇ ବିନିକା ଯୋଗାଣ ନିରିକ୍ଷକ ଶ୍ରୀ ବଡ଼ମାଲିଙ୍କୁ ବାରମ୍ବାର କଲ କରିବାପରେ ସେ ସେଲେଡ଼ି ଗ୍ରାମପଞ୍ଚାୟତକୁ ମାନ ନିରିକ୍ଷଣ ପାଇଁ ପହଞ୍ଚିଥିଲେ |

ସେଠାରେ ବିନିକା ଯୋଗାଣ ନିରିକ୍ଷକ ଶ୍ରୀ ବଡ଼ମାଲି ଖରାପ ଚାଉଳକୁ ଫେରସ୍ତ କରି ଭଲ ଚାଉଳ ଯୋଗାଇବାକୁ ବୁଝାଇଥିଲେ | ତେବେ ତୁଲୁଣ୍ଡୁପାଲି ଗ୍ରାମର ଅରୁଣ ଭୋଇ,ପ୍ରଦିପ ଭୋଇ, ଚମ୍ବେଶ୍ବର ଭୋଇ ଓ ଅଶୋକ ବାରିକ ସମସ୍ତେ ମଦ୍ୟପାନ କରି ବିନିକା ଯୋଗାଣ ନିରିକ୍ଷକ ଶ୍ରୀ ବଡ଼ମାଲିଙ୍କୁ ଅଶ୍ଳୀଳ ଭାଷାରେ ଗାଲିଗୁଲଜ କରି ମରଣାନ୍ତକ ଆକ୍ରମଣ କରି ଲୁହଲୁହାଣ କରି ପକାଇଥିଲେ|

ଏହା ପରେ ଶ୍ରୀ ବଡ଼ମାଲି ମହାଦେବପାଲି ଫାଣ୍ଡିରେ ଏନେଇ ଲିଖିତ ଅଭିଯୋଗ କରିଥିଲେ | ଏ ନେଇ ବିନିକା ପୁଲିସ ଥାନାରେ ୧୮୪/୨୦-୭ ଏକ ମାମଲା ରୁଜୁ କରି ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା |ସେଠରେ ବେଲ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇଦିଆଯାଇଛି |

ସମ୍ବନ୍ଧିତ ଖବର