୪ଟି ବିଲ୍ ଉସ୍ଥାପନ ହେଲା

ଭୁବନେଶ୍ବର : ବୁଧବାର ଦିନ ଗୃହରେ ୪ଟି ବିଲ୍‌କ‌ୁ ସଂଶୋଧନ କରିବା ପାଇଁ ଉସ୍ଥାପନ କରାଯାଇଛି। ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ପାଇଁ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ‘ଓଡ଼ିଶା ରାଜ୍ୟ ପଛୁଆବର୍ଗ ଆୟୋଗ (ସଂଶୋଧନ) ବିଲ୍‌, ୨୦୨୩’, ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ‘ଓଡ଼ିଶା ପୌର ବିଧି (ସଂଶୋଧନ) ବିଲ୍‌, ୨୦୨୩’, ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ‘ଓଡ଼ିଶା ପାଣି ପଞ୍ଚାୟତ (ସଂଶୋଧନ) ବିଲ୍‌, ୨୦୨୩’ ଏବଂ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ‘ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ବଚ୍ଛତା (ଓଡ଼ିଶା ସଂଶୋଧନ) ବିଲ୍‌, ୨୦୨୩’କୁ ପ୍ରସ୍ଥାପନ କରିଥିଲେ। ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଥିଲେ, ଏହି ୪ଟି ବିଲ୍‌ ସମେତ ରାଜ୍ୟପାଳ ଫେରାଇ ଦେଇଥିବା ଡ୍ରିମ୍‌ସ ବିଶ୍ବବିଦ୍ୟାଳୟ ବିଲ୍‌-୨୦୨୨କୁ ପୁନଃବିଚାର ପାଇଁ କାର୍ଯ୍ୟ ପରାମର୍ଶଦାତା କମିଟିକୁ ପଠାଯାଉ।

ସମ୍ବନ୍ଧିତ ଖବର