ଚାରି ନେତାଙ୍କୁ ନୂଆ ଦାୟିତ୍ବ

ଭୁବନେଶ୍ବର : ରାଜ୍ୟ ବିଜେପି ଆଜି େକନ୍ଦ୍ରୀୟ େଯାଜନା ଅନ୍ତର୍ଗତ ଲାଭାର୍ଥୀ ସଂପର୍କ ବିଭାଗର ମୁଖ୍ୟ ଭାବେ ବିେଜପି େନତ୍ରୀ ଅପରାଜିତା ଷଡଙ୍ଗୀଙ୍କୁ ଦାୟିତ୍ବ ଦେଇଛି। ଏହି କ୍ରମରେ ଆଇନ ଓ ସୂଚନା ଅଧିକାର ସେବାର ମୁଖ୍ୟ ଭାବେ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ଏବଂ ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମ କାର୍ଯ୍ୟକୁ କ୍ରିୟାଶୀଳ କରିବା ଦାୟିତ୍ବ େଗାଲକ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଦିଆଯାଇଛି। ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏହି ନିଯୁକ୍ତିକୁ ଅନୁେମାଦନ କରିଥିବା ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର