ବାଲେଶ୍ବର: ବଲାଙ୍ଗିରରେ ଦୁଇଦିନ ଧରି ଅନୁଷ୍ଠିତ ମିଷ୍ଟର ଓଡ଼ିଶା-୨୦୨୨ ବଡିବିଲଡିଂ ପ୍ରତିଯୋଗିତାରେ ବାଲେଶ୍ବରକୁ ୪ ଟି ବ୍ରୋଞ୍ଜ ପଦକ ମିଳିଛି।
ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୩ ଶହ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏଥିରେ ବାଲେଶ୍ବରର ୫୫ କେଜି ବର୍ଗରେ ସଞ୍ଜିତ ବେହେରା, ୭୦ କେଜି ବର୍ଗରେ ଅଭିଷେକ ଦାଶ, ୮୫ କେଜି ବର୍ଗରେ କୁମୁଦ ପାତ୍ର, ୯୦ କେଜି ବର୍ଗରେ ସତ୍ୟଜିତ୍ ଓଝାଙ୍କୁ ଏହି ପଦକ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/5-8.jpg)