୪ ସନ୍ତାନ ପ୍ରସବ ଘଟଣା:ଆଜି ଆଉ ଜଣେ ଶିଶୁର ମୃତ୍ୟୁ 

ବୁର୍ଲା:ଗତ ମଙ୍ଗଳବାର ଦିନ ଭିମ୍‌ସାର୍ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ସୁବର୍ଣ୍ଣପୁର ଜିଲ୍ଲା ବାଞ୍ଜିପାଲି ଗ୍ରାମର ରବିନ୍ଦ୍ର ବାଗଙ୍କ ପତ୍ନୀ ୪ଟି ସନ୍ତାନକୁ ଜନ୍ମ ଦେଇଥିଲେ। ଶୁକ୍ରବାର ବିଳମ୍ବିତ ରାତ୍ରିରେ ଭେଣ୍ଟିଲେଟରରେ ଥିବା ଶିଶୁପୁତ୍ରର ମୃତ୍ୟୁ ଘଟିଥିଲା। ରବିବାର ଦିନ ସକାଳେ ଆଉ ଏକ ଶିଶୁ କନ୍ୟାର ମୃତ୍ୟୁବରଣ କରିଥିଲା।

ଦୁଇ ଶିଶୁର ମୃତ୍ୟୁ ପରେ ଆଜି ରବିନ୍ଦ୍ର ନିଜ ‘ରିକ୍ସ ବଣ୍ଡ୍’ରେ ଦସ୍ତଖତକରି ତାଙ୍କର ଅନ୍ୟ ଦୁଇ ଶିଶୁକନ୍ୟା ସହିତ ପତ୍ନୀଙ୍କୁ ଡାକ୍ତରଖାନାରୁ ଘରକୁ ନେଇ ଯାଇଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର