ରାଉରକେଲା: କରୋନାର ତୃତୀୟ ଲହର ଜିଲ୍ଲାରେ ଉପରମୁହାଁ। ସର୍ବାଧିକ ଆକ୍ରାନ୍ତ ସଂଖ୍ୟା ରହିଛନ୍ତି ସ୍ମାର୍ଟ ସିଟି ରାଉରକେଲାରେ। ସଂକ୍ରମଣର ମୁକାବିଲା କରିବାକୁ ଜିଲ୍ଳା ପ୍ରଶାସନ ପକ୍ଷରୁ ଚାଲିଛି ଘନ ଘନ ସମୀକ୍ଷା। ଘରୋଇ କୋଭିଡ୍‌ ହସ୍ପିଟାଲରେ ବେଡ୍‌ ସଂଖ୍ୟା, ଆଇସିୟୁ, ଭେଣ୍ଟିନେଲଟର ବୃଦ୍ଧି ଗୁରୁତ୍ବ ଦିଆଯାଉଛି। ଦିନକୁ କରୋନା ଆକ୍ରାନ୍ତ ରୋଗୀଙ୍କ ବଢ଼ୁଥିବାରୁ ପ୍ରଥମେ ବେଦବ୍ୟାସସ୍ଥିତ ଜୟ ପ୍ରକାଶ ହସ୍ପିଟାଲ ୨୫୦ ବେଡ୍‌ର କୋଭିଡ ହସ୍ପିଟାଲ ଚାଲୁ କରାଯାଇଛି। ପରେ ରାଉରକେଲା ୨୦୦ ବେଡ୍ର ହାଇଟେକ୍ କୋଭିଡ ହସ୍ପିଟାଲ ଓ ଆଜି ଉଦିତନଗରସ୍ଥିତ ୧୨୫ ବେଡ୍‌ର ଶାନ୍ତି ମେମୋରିଆଲ ହସ୍ପିଟାଲକୁ ବିଧିବଦ୍ଧ ଭାବେ କାର୍ଯ୍ୟକ୍ଷମ କରାଯାଇଛି।

Advertisment

ଆର୍‌ଏସ୍‌ପି ଦ୍ବାରା ପରିଚାଳିତ ସାରନଗରୀରେ ଥିବା ୫୦୦ ବେଡ୍‌ର ନିଦାନ କୋଭିଡ ହସ୍ପିଟାଲକୁ ପୁଣି ଚାଲୁ କରାଯାଇଛି। ୪ଟି ହସ୍ପିଟାଲରେ ୧୦୭୫ଟି ସାଧାରଣ ଓ ଆଇୟୁସି ବେଡ୍‌ର ବ୍ୟବସ୍ଥା ରହିଛି। ଆଜି ସୁଦ୍ଧା ହାଇଟେକ୍‌ ଓ ଜୟ ପ୍ରକାଶ କୋଭିଡ ହସ୍ପିଟାଲ ୧୧୦ରୁ ଅଧିକ କୋଭିଡ୍‌ ରୋଗୀ ଭର୍ତ୍ତି ହୋଇସାରିଲେଣି। ଉଲ୍ଲେଖଯୋଗ୍ୟ, ସେଲ୍ ପକ୍ଷରୁ ସେକ୍ଟର-୨୨ ସାରନଗରୀରେ ନିର୍ମିତ ୫୦୦ ଶଯ୍ୟା ବିଶିଷ୍ଟ ଇସ୍ପାତ ନିଦାନ କେନ୍ଦ୍ର ( କୋଭିଡ୍ ଟ୍ରିଟ୍‌ମେଣ୍ଟ ସେଣ୍ଟର)କୁ ଗତବର୍ଷ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକାର୍ପିତ କରିଥିଲେ।

ନିଦାନ କେନ୍ଦ୍ରରେ ୫୦୦ ବେଡ୍ ସହ ଅକ୍ସିଜେନ୍ର ସୁବିଧା ରହିଛି। ଆରଏସପି ଆକ୍ସିଜେନ ପ୍ଲାଣ୍ଟ ରୁ ସିଧା ସଳଖ ହସ୍ପିଟାଲକୁ ଆକ୍ସିଜେନ ଯୋଗାଣ ହେଉଛି । ଏଥିସହ ନିଦାନ କେଦ୍ରର ଆଇସିୟୁର ସୁବିଧା ମଧ୍ୟ ରହିଛି । ଏହା ଦ୍ୱାରା କେବଳ ସୁନ୍ଦରଗଡ଼ ନୁହେଁ ବରଂ ଦେବଗଡ଼, ସମ୍ବଲପୁର, କେଉଁଝର ସମେତ ବହୁ ଜିଲ୍ଲାର କୋଭିଡ ରୋଗୀ ଉପକୃତ ହୋଇପାରିବେ। ସେମିତି ଆଇଜିଏଚ୍ (ଇସ୍ପାତ ଜେନେରାଲ ହସ୍ପିଟାଲ)ର ସୁପର ସ୍ପେଶିଆଲିଷ୍ଟ କୋଭିଡ୍ ହସ୍ପିଟାଲରେ ୧୦୦ ଆଇସିୟୁ ଓ ଭେଣ୍ଟିଲେଟ୍ର ସୁବିଧାକୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଗତ ବର୍ଷ ଲୋକାର୍ପଣ କରିଥିଲେ।