୪ କୋଟିର ଗଞ୍ଜେଇ, ୫ ବନ୍ଧୁକ ଜବତ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଗଦ୍ରିଙ୍ଗିଆ ଘାଟି ନିକଟସ୍ଥ ଇର୍ପିଗୁଡ଼ା ଜଙ୍ଗଲରେ ଆଜି ପୁଲିସ ଚଢ଼ଉ କରି ୪୦ କ୍ବିଣ୍ଟାଲ୍ ୬୫୦ ଗ୍ରାମ୍ ତଥା ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ କରିଛି। ଏହାସହ ୫ଟି ଦେଶୀ ବନ୍ଧୁକ ମଧ୍ୟ ଜବତ କରାଯାଇଛି। କିନ୍ତୁ କେହି ଗିରଫ ହୋଇ ନଥିବା ଜଣାପଡ଼ିଛି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବାଲିଗୁଡ଼ା ଥାନା ଇଲାକା‌ରେ ଯାନବାହନ ଯାଞ୍ଚ ଓ ପୁଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ଏଭଳି ସ୍ଥିତିରେ ମାଫିଆମାନେ ଇର୍ପିଗୁଡ଼ା ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ବେଆଇନ ଭାବେ ଗଚ୍ଛିତ ରଖିଥିବା ସୂଚନା ମିଳିବା ପରେ ପୁଲିସ ଚଢ଼ଉ କରିଥିଲା। ସମସ୍ତ ଗଞ୍ଜେଇ ବସ୍ତାରେ ବନ୍ଧାଯାଇ ରଖାଯାଇଥିଲା। କେସ୍ ନମ୍ବର ୧୦୩/୨୦୨୪ରେ ମାମଲା ରୁଜୁ ସହ ତଦନ୍ତ ଜାରି ରହିଛି। ଅଭିଯୁକ୍ତମାନଙ୍କୁ ଧରିବାକୁ ଚଢ଼ଉକୁ ବ୍ୟାପକ କରାଯାଇଥିବା ବାଲିଗୁଡ଼ା ଏସ୍‌ଡିପିଓ ରାହୁଲ ଗୋଏଲ୍ ସୂଚନା ଦେଇଛନ୍ତି l

ସମ୍ବନ୍ଧିତ ଖବର