କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗୀ ଉପନିବନ୍ଧକ କାର୍ଯ୍ୟାଳୟରେ ୪ କୋଟି ୩ ଲକ୍ଷ ଅର୍ଥତୋଷରପାତ ଘଟଣାକୁ ଦୁଇମାସ ବିତିଲାଣି। ତିନିମରସ ହେବାକୁ ଆଉ ଦିନଟିଏ ବାକି ରହିଛି। ହେଲେ ଏବେ ଯାଏ କିରାଣୀ ସୁଧୀର ସାହୁଙ୍କୁ ଧରିବାକୁ ସକ୍ଷମ ହୋଇପାରିନି ପଟାଙ୍ଗୀ ପୁଲିସ। ସୁନାବେଢା ଏସଡିପିଓ ମନୋଜ ନାୟକ ଏକ ୪ ଜଣିଆ ଟିମ୍ ଗଠନ କରି ତଦନ୍ତ ଜାରି ରଖିଥିବାବେଳେ କେତେ ବଡ ବଡ ମାଫିଆ ଓଡ଼ିଶା ପୁଲିସ ହାତରେ ଧରା ପଡୁଥିବାବେଳେ କିପରି ସୁଧୀରକୁ ଧରି ପାରୁନି ପୁଲିସ। ଏସଡିପିଓଙ୍କ ନେତୃତ୍ବରେ ଗଠିତ ହୋଇଥିବା ଏହି ଟିମରେ ତିନି ଜଣ ଆଇଆଇସି, ଜଣେ ଅତିରିକ୍ତ ଏସପି ରହିଥିବାବେଳେ କିପରି ପୁଲିସ ଏହି ଧ୍ରୁତ ସୁଧୀରଙ୍କୁ ଧରିପାରୁନି ତାହାର ସାଧାରଣରେ ପୁଲିସର ପାରିବା ପଣିଆ ପ୍ରତି ପ୍ରଶ୍ନ ଉଠାଇଛି। ଅନ୍ୟ ଜିଲ୍ଲାରେ ପୁଲିସ ରାତାରାତି ଘଟଣାର ପର୍ଦ୍ଦାଫାସ କରୁଥିବାବେଳେ ଏହି ଘଟଣାକୁ ତିନିମାସ ପୁରିବାକୁ ରହିଥିବାବେଳେ କିପରି ପୁଲିସ ଧରି ପାରୁନି ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ପୁଲିସ ତହସିଲ କାର୍ଯ୍ୟାଳୟ ଓ ଉପନିବନ୍ଧକ କାର୍ଯ୍ୟାଳୟରୁ ବହୁ ଗୁରୁତ୍ବପୂର୍ଣ୍ଣ ଦଲିଲ୍କୁ ଜବତ କରି ତଦନ୍ତ ଦୀର୍ଘ ଦିନ ହେଲା କରୁଛି। ଉପନିବନ୍ଧକ କାର୍ଯ୍ୟାଳୟରୁ ଅଡିଟ ରିପୋର୍ଟ ଜବତ କରିଥିବା ତହସିଲ କାର୍ଯ୍ୟଳୟରୁ ଏକାଧିକ ରେକର୍ଡ ଜବତ କରାଯାଇଛି।
ଉପନିବନ୍ଧକ କାର୍ଯ୍ୟଳୟରେ ୪ କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଜ୍ ଡିପୋଜିଟ୍ କରାଯାଇ ନଥିବାରୁ ତିନିଜଣ ସରକାରୀ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲା। ଏହାସହ ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଥିବାବେଳେ କିରାଣୀ ସୁଧୀର ସାହୁଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଥିଲା। ସେହି ସମୟରେ ଉପନିବନ୍ଧକ ଦାୟିତ୍ବରେ ରହିଥିବା ଏବର ତହସିଲଦାର ହରିପଦ ମଣ୍ଡଳ, ଅତିରିକ୍ତ ତହସିଲଦାର ମହାଦେବ ଭତ୍ରା ଓ ପୂର୍ବତନ ତହସିଲଦାର ଅରୁଣ କୁମାର ଖଣ୍ଡା ନିଲମ୍ବିତ ହୋଇଛନ୍ତି। ଗତ ୨୦୧୭ରୁ ଏହି ତିନିଜଣ ସରକାରୀ କର୍ମଚାରୀଙ୍କ ଓ କିରାଣୀ ମିଶି କରିଥିଲେ କୋଟି କୋଟି ଟଙ୍କାର ଅର୍ଥ ତୋଷରପାତ। କିଛିଦିନ ତଳେ କିରାଣୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣାରେ ଦୁଇଜଣ ଓଏଏସ ଓ ଜଣେ ଓଆରଏସ ରହିଥିବା ଜଣାପଡିଛି। ପ୍ରାୟ ୪ କୋଟି ଟଙ୍କାର ଷ୍ଟାମ୍ପଡ୍ୟୁଜ୍ ଡିପୋଜିଟ କରି ନ ଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ ଉପନିବନ୍ଧକ କାର୍ଯ୍ୟଳୟରେ ଦୁଇଜଣ ଓଏଏସ ଓ ଜଣେ ଓଆରଏସ ଦାୟିତ୍ବରେ ରହିଥିଲା। ଏହି ସମୟରେ କିରାଣୀ ରହିଥିବା ସୁଧୀର ସାହୁ , କୋଟି କୋଟି ଟଙ୍କାର ରାଜସ୍ବ ଡିପୋଜିଟ କରି ନ ଥିଲେ। ଏହାକୁ ତୋଷରପାତ କରିଥିବାବେଳେ ତାଙ୍କୁ ଗତବର୍ଷ ଜାନୁଆରୀ ମାସରେ ବନ୍ଧୁଗାଁକୁ ବଦଳି କରାଯାଇଥିଲା।
ଏହାପରେ ଉପନିବନ୍ଧକ କାର୍ଯ୍ୟାଳୟରେ ଏକ ଅଡିଟ୍ କରାଯାଇଥିଲା। ଏହି ଅଡିଟରେ ସବୁ ଅର୍ଥ ତୋଷରପାତ ଧରାପଡିଥିଲା। ଏହାପରେ ରାଜସ୍ବ ବିଭାଗ ପକ୍ଷରୁ ଦୁଇଜଣ ଓଏଏସ ଓ ଜଣେ ଓଆରଏସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା। ୧୦ ଦିନ ପୂର୍ବରୁ ସୁଧୀରଙ୍କୁ ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତାର ନିଲମ୍ବିତ କରିଥିବାବେଳେ ଦୁଇମାସରୁ ଅଧିକ ଦିନ ହେବ ସେ ଫେରାର ରହିଥିବା ଜଣାପଡିଛି। ଆଜି ସୁନାବେଢା ଏସଡିପିଓ ତାଙ୍କୁ ଖୋଜାଖୋଜି କରୁଥିବାବେଳେ ତାଙ୍କ ସନ୍ଦାନ ମିଳି ନ ଥିବା ଜଣାପଡିଛି।ତେବେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସୁଧୀର ସାହୁ ଏବେ କେଉଁଠି ? କାହିଁକି ପୁଲିସ ଏହି ସୁଧୀରକୁ ଧରିବାକୁ ସମର୍ଥ ହେଉନି। ଅଣ୍ଡରଗ୍ରାଉଣ୍ଡ ହୋଇଯାଇଛି କି ସୁଧୀର? ନା ରାଜ୍ୟ ବାହାରକୁ ପଳାଇଯାଇଛି? ତାହାକୁ ନେଇ ଏକ ଟିମ୍ ଗଠନ କରି ତଦନ୍ତ ଜାରି ରଖିଛି ଯେ ଏଥିରେ କିଛି ଫଳ ବାହାରୁନାହିଁ। ପଟାଙ୍ଗୀ ପୁଲିସ ଦୁଇମାସରୁ ଅଧିକ ଦିନ ହେଲା ଘଟଣାର ତଦନ୍ତ କରୁଥିଲେ କିପରି ସବୁ ଦିଗକୁ ଦେଖି ପାରୁନି ତାହା ପୁଲିସର ପାରିବା ପଣିଆକୁ ପଦାରେ ପକାଇଛି। ତେବେ ଉକ୍ତ ସୁଧୀର ତିନି ତିନିଟା ଫୋନ ଧରୁଥିବାବେଳେ ଏକାଧିକ ସିମ ରହିଥିଲା। ସେ କେଉଁ ପରିବାରବର୍ଗଙ୍କ କଥା ହେଉନାହାନ୍ତି କି ? ଏହି ଦିଗକୁ ନେଇ ପୁଲିସ କାହିଁକି ତଦନ୍ତ କରୁନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।