ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ପୁଲିସ  ଗତକାଲି ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଆରଡି ଛକ ସାମରାଇପୁର ନିକଟରୁ ୪ଜଣ    ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଧରିବାରେ ସଫଳ ହୋଇଛି।

Advertisment

ଭଦ୍ରକ ଗ୍ରାମାଞ୍ଚଳ ପୁଲିସ  ଗତକାଲି ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଆରଡି ଛକ ସାମରାଇପୁର ନିକଟରେ ୪ଜଣ ଡକାୟତ ଦଳକୁ ଭେଟିଥିଲେ। ସେମାନେ ୩ଟି ମୋଟରସାଇକେଲରେ ଆସିଥିବା ବେଳେ ହାତରେ ମାରଣାସ୍ତ୍ର ରହିଥିଲା। ସେମାନେ ଡକାୟତି କରିବା ପାଇଁ ପ୍ରସ୍ତୁତି ହେଉଥିବା ବେଳେ ପୁଲିସ କୌଶଳ କରି ସେମାନଙ୍କୁ କାବୁ କରିଥିଲା। ପରେ ପୁଲିସ ସେମାନଙ୍କୁ ନେଇ ସେମାନଙ୍କର ଘର  ତଲାସୀ କରିବାରୁ ସେମାନଙ୍କ ଠାରୁ ୫ଟି ମୋଟରସାଇକେଲ, ବହୁ ମାରଣାସ୍ତ୍ର, ଟିଭି, ଡିଜେ ମେସିନ, ୨ଟି ମୋଟର ପମ୍ପ ଜବତ କରିଥିଲା। ଆଜି ଏହି  ୪ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିକାରୀ ପ୍ରକାଶ କରିଛି। ଏହି ଗ୍ୟାଙ୍ଗରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି  ସେମାନଙ୍କ ସଂପର୍କରେ ତଦନ୍ତ ଜାରି ରହିଥିବାରୁ  ଡକାୟତମାନଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଗୋପନ ରଖାଯାଇଛି।