ଲଗାଣ ବର୍ଷା ଯୋଗୁଁ ୨୦ ଜିଲ୍ଲାର ୨୦ ଲକ୍ଷ ଲୋକ ପ୍ରଭାବିତ, ୪ ମୃତ

ଭୁବନେଶ୍ବର : ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟର ୧୧୧ଟି ବ୍ଲକର ୩୬୯୬ଟି ଗ୍ରାମ ପ୍ରଭାବିତ ହୋଇଛି । ଏହା ସହିତ ୨୭ଟି ପୌରସଂସ୍ଥା ପ୍ରଭାବିତ ହୋଇଛି ।

ସରକାରଙ୍କ ପକ୍ଷରୁ ଜାରି ତଥ୍ୟରୁ ଜଣାପଡ଼ିଛି ଯେ ଏହି ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହୋଇଛି । ଲଗାଣ ବର୍ଷା ଯୋଗୁଁ ୨୦ ଲକ୍ଷ ୪୬ ହଜାର ଲୋକ ପ୍ରତ୍ୟକ୍ଷଭାବେ ପ୍ରଭାବିତ ହୋଇଛନ୍ତି । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ପ୍ରାୟ ୨୮୭୦ଟି ଘର ଭାଙ୍ଗିଛି । ତେବେ ପ୍ରଶାସନ ପକ୍ଷରୁ ୧୩୫୩୪ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା ।

ଅନ୍ୟପକ୍ଷରେ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ମୋଟ ୪ ଜଣ ଲୋକ ପ୍ରାଣ ହରାଇଛନ୍ତି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହି ୪ ଜଣଙ୍କ ମଧ୍ୟରୁ କାନ୍ଥ ପଡ଼ିବାରୁ କେନ୍ଦ୍ରାପଡ଼ାରେ ୨ ଜଣ ଓ ଗଞ୍ଜାମରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ସେହିପରି ଖୋର୍ଦ୍ଧାରେ ଜଣେ ବ୍ୟକ୍ତି ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି । ଅନ୍ୟପକ୍ଷରେ କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲିଠାରେ ଜଣେ ବ୍ୟକ୍ତି ପାଣିରେ ବୁଡ଼ି ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । ଏ ନେଇ ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି ।

ସମ୍ବନ୍ଧିତ ଖବର