ଦୁର୍ଘଟଣାରେ ଗଲା ୪ ଜୀବନ

ବସ୍‌କୁ ଅପେକ୍ଷା, ଟ୍ରକ୍‌ ପିଟିଲା : ମହିଳା ସମେତ ୨ମୃତ, ଝିଅ ଗୁରୁତର

ବିନିକା : ଘରକୁ ଫେରିବାକୁ ବସ୍‌କୁ ଅପେକ୍ଷା କରିଥିଲେ। ରାସ୍ତାକଡ଼ରେ ଛିଡ଼ା ହୋଇଥିବାବେଳେ ମାଡ଼ିଗଲା ଟ୍ରକ୍‌। ଘଟଣାସ୍ଥଳରେ ଜଣେ ମହିଳାଙ୍କ ସମେତ ୨ ଜଣ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ ବିନିକା ଥାନା କଉଡ଼ିଆମୁଣ୍ଡା ଗାଁର ମହିଳା ରୁଖ ଭରାସାଗର( ୩୫) ଓ ବିନିକା ଏନଏସି ୧ ନମ୍ବର ୱାର୍ଡ ସଉଲପୁର ଗାଁର ସୁରେନ୍ଦ୍ର ଗରିଆ (୫୫)। ମୃତ ରୁଖଙ୍କ ୪ ବର୍ଷ ବୟସର ଝିଅ ରାନୁଙ୍କ ଅବସ୍ଥା ଗୁରୁତର ରହିଛି।

ଦୁର୍ଘଟଣାରେ ଅନ୍ୟ ଜଣେ ବିନିକା ଥାନା ସେଲେଡ଼ି ଗ୍ରାମ ଝରାପଡ଼ାର ଜୟଦେବ ଷାଣ୍ଢ (୫୮) ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ମୃତାହତମାନେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିନ୍ଦୂରପୁର ଚେରୁପାଲି ଛକରେ ବସ୍‌କୁ ଅପେକ୍ଷା କରିଥିଲାବେଳେ ଦୁର୍ଘଟଣା ଘଟିଥିଲା।

ଡାଲା ଅଟୋକୁ ପିଟିଲା ଟ୍ରକ୍‌ : ୨ ମହିଳା ଶ୍ରମିକ ମୃତ; ୮ ଗୁରୁତର

ରାଇରଙ୍ଗପୁର/ବିଶୋଇ : ଆଜି ସନ୍ଧ୍ୟାରେ ବିଶୋଇ ଥାନା ଅନ୍ତର୍ଗତ ମଣଦା ସ୍ଥିତ ୪୯ ନଂ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣ ମହିଳା ଶ୍ରମିକ ପ୍ରାଣ ହରାଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଶ୍ରମିକମାନେ ଯାଉଥିବା ଡାଲା ଅଟୋକୁ ଏକ ଟ୍ରକ୍‌ ପିଟିବା ଫଳରେ ଏହି ଦୁର୍ଘଟଣା ଘଟିଛି।

ମିଳିଥବା ସୂଚନା ଅନୁସାରେ, ଦୁର୍ଘଟଣାରେ ୨ ମହିଳା ବିଶୋଇ ଥାନା ମଣଦା ଗ୍ରାମର ସହଚରି ବେହେରା (୪୩) ଓ ସରି ବେହେରା(୪୨) ପ୍ରାଣ ହରାଇଛନ୍ତି। ଆହତମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର