ପୃଥକ୍‌ ଅଘଟଣ: ବ୍ୟାଙ୍କ ଅଧିକାରୀଙ୍କ ସମେତ ୪ ମୃତ

ଖୋର୍ଦ୍ଧା/ ତେଲକୋଇ/ ତାଳଚେର : ଆଉ ୪ଟି ସ୍ଥାନରେ ଅଘଟଣ ଘଟି ୪ ଜଣଙ୍କର ପ୍ରାଣହାନୀ ଘଟିଛି। ସେଥିମଧ୍ୟରୁ ଖୋର୍ଧା ଜିଲ୍ଲା ବେଗୁନିଆ ଅନ୍ତର୍ଗତ କୋଲୁହା ପାଟଣା ଫାର୍ମ ହାଉସ ସ୍ଥିତ ଏକ ଚୁଆରେ ଆଜି ବୁଡ଼ି ଯାଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଖୋର୍ଧା ବଜାର ଶାଖାର ପିଓ ନିଶାନ୍ତ ବେହେରା(୨୬)ଙ୍କର ପ୍ରାଣହାନୀ ଘଟିିଛି। ତେଲକୋଇ ଥାନା ଅଧୀନ ଦେଉଳଡିହା ପଞ୍ଚାୟତ ଉଦୟଗିରି ଗ୍ରାମର ନୂଆଁପୋଖରୀରେ ବୁଡ଼ିଯାଇ ଜଣେ ଶିଶୁକନ୍ୟାର ମୃତ୍ୟୁ ହୋଇଛି। ମୃତ ଶିଶୁକନ୍ୟା ହେଉଛି ଗ୍ରାମର ନରେଶ ନାୟକଙ୍କ ୭ ବର୍ଷର ଝିଅ ତେଜୀନା ନାୟକ।

ସେହିଭଳି, କୁଶକିଳା ଗ୍ରାମର ସପ୍ନେଶ୍ବର ସାହୁ(୫୭) ଓ କାମାକ୍ଷାନଗର ଥାନା ମୁକ୍ତାପଶି ଗାଁରେ ପୋଖରୀରେ ଗାଧୋଇଲା ବେଳେ ପାଣିରେ ବୁଡ଼ିଯାଇ ପୂର୍ଣ୍ଣଚନ୍ଦ୍ର ବେହେରା (୭୮) ପ୍ରାଣ ହରାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର