ଆରଏସପିରେ ଗ୍ୟାସ୍ ଲିକ୍ ଘଟଣା: ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା (ଆରଏସପି) କୋଲ କେମିକାଲ ବିଭାଗରେ ଘଟିଥିବା ଅଘଟଣରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଗ୍ୟାସ ଲିକ ଘଟଣାରେ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୨ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ମାନେ ହେଉଛନ୍ତି ବ୍ରହ୍ମାନନ୍ଦ ପଣ୍ଡା (୫୧), ଅଭିମନ୍ୟୁ ସାହା (୩୩), ରବିନ୍ଦ୍ର ସାହୁ (୫୯) ଏବଂ ଗଣେଶ ଚନ୍ଦ୍ର ପହିଲ୍ (୫୫) ।

ଆଜି ସକାଳ ପ୍ରାୟ ୧୦ଟା ସମୟରେ ରାଉରକେଲା ଇସ୍ପାତ କାରଖାନା (ଆରଏସପି) କୋଲ କେମିକାଲ ବିଭାଗରେ ମରାମତି କାମ ଚାଲିଥିବା ବେଳେ ଅଘଟଣା ଘଟିଥିଲା। ମରାମତି ସମୟରେ ଗ୍ୟାସ ଲିକ ହେବାରୁ ଘଟଣାସ୍ଥଳରେ କାମ କରୁଥିବା ଶ୍ରମିକ ଅସୁସ୍ଥ ହୋଇପଡ଼ିଥିଲେ।

ତେବେ ଗ୍ୟାସ ସଂସ୍ପର୍ଶରେ ଆସି ୨ ଜଣଙ୍କର ତତ୍‌କ୍ଷଣାତ ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତର ହୋଇ ଆଇଜିଏଚ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଏବେ ଚିକିତ୍ସିତ ହେଉଥିବା ୨ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଜାଣିବାକୁ ମିଳିଛି। ମୃତକ ୪ ଜଣଙ୍କ ଶବ ଏପର୍ଯ୍ୟନ୍ତ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇନାହିଁ। ମୃତଦେହଗୁଡ଼ିକ ଆଇଜିଏଚ୍‌ ମର୍ଗରେ ରଖାଯାଇଛି।

 

ତେବେ ରାଉରକେଲା ଇସ୍ପାତ କାରଖାନାରେ ଗ୍ୟାସ୍ ଲିକ୍ ଘଟଣାରେ ପ୍ରାଣ ହରାଇବା କର୍ମଚାରୀଙ୍କ ବିଷୟରେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖପ୍ରକାଶ କରିଛନ୍ତି। ଏଥିସହିତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ନବୀନ ପଟ୍ଟନାୟକ ପ୍ରାର୍ଥନା କରିଛନ୍ତି।

ସମ୍ବନ୍ଧିତ ଖବର