ଦୁର୍ଘଟଣାରେ ୪ ମୃତ

ବ୍ରହ୍ମପୁର/ବାସୁଦେବପୁର :ଆଜି ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ତପ୍ତପାଣି ଘାଟିର ବେଲଗଡ ଏବଂ ଭଦ୍ରକର ବାସୁଦେବପୁରଠାରେ ଦୁଇଟି ଦୁର୍ଘଟଣା ଘଟି ସମୁଦାୟ ୪ ଜଣ ଆହତ ହୋଇଛନ୍ତି। ଦପ୍ତପାଣି ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ତପ୍ତପାଣି ଘାଟିର ବେଲଗଡ ଠାରେ ଏକ ଯାତ୍ରୀବାହୀ ଅଟୋକୁ ଏକ ଟୁରିଷ୍ଟ ବସ ମୁହାଁମୁହିଁ ଧକ୍କା ଦେଇଛି। ଏଥିରେ ଅଟୋ ରହିଥିବା ୨ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ୫ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ମାନେ ହେଲେ ଗଜପତି ଜିଲ୍ଲା ଚାନ୍ଦିପୁଟ ନିକଟସ୍ଥ ଆଛିଲି ଗ୍ରାମର ସାବିତ୍ରୀ ବଣଷଣ୍ଢ ଏବଂ ବଜରଙ୍ଗ ବଣଷଣ୍ଢ। ଜଣକଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି। ଗୋଟିଏ ପରିବାର ୭ଜଣ ଦିଗପହଣ୍ଡି ନିକଟସ୍ଥ ରାଜପୁର ଗ୍ରାମକୁ ଏକ ଅଟୋ ‌ଯୋଗେ ସେମାନଙ୍କ ଜଣେ ସମ୍ପର୍କୀୟ ଘରକୁ ଆସିଥିଲେ। ସନ୍ଧ୍ୟାରେ କାମ ସାରି ସେମାନେ ଉକ୍ତ ଅଟୋ ‌ଯୋ‌େଗ ଗାଁକୁ ଫେରୁଥିଲାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।

ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ନୂଆଗାଁ ବଜାରରେ ଏକ ବାଇକ୍‌ ଦୁର୍ଘଟଣା ଘଟି ଦୁଇଜଣଙ୍କ ମୃତ୍ୟୁ ହୋଇଛି।

ନୂଆଗାଁ ଅଞ୍ଚଳର ଗଞ୍ଜେଇ ମଲିକଙ୍କ ପୁଅ ଆଦିକନ୍ଦ(୪୦) ଓ ଲୋକନାଥ ମଲିକଙ୍କ ପୁଅ ଶଶୀକାନ୍ତ(୨୧) ଆଜି ସନ୍ଧ୍ୟାରେ ଓଡି୨୨ଏଲ୍‌-୪୬୨୧ ନମ୍ବର ବାଇକରେ ପଢୁଆଁ ଅଞ୍ଚଳରୁ ଘର ଅଭିମୁଖେ ‌େଫରୁଥିଲେ। ଫେରିବା ବାଟରେ ଭାତପଡା ନିକଟରେ ଭାରସାମ୍ୟ ହରାଇ ଏକ ବିଦ୍ୟୁତ୍‌ ଖୁଣ୍ଟ ସହ ଜୋରରେ ପିଟି ହୋଇଥିଲେ। ଏହି ଦୁର୍ଘଟଣା ଶବ୍ଦଶୁଣି ସ୍ଥାନୀୟ ଲୋ‌େକ ଦୁଇ ଗୁରୁତରଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଏଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର