ଦୁର୍ଘଟଣାରେ ୪ ମୃତ

ଢେଙ୍କନାଳ/ଖୁଣ୍ଟା : ଢେଙ୍କାନାଳର ପଦ୍ମନାଭପୁର ଓ ମୟୂରଭଞ୍ଜର ଖୁଣ୍ଟାଠାରେ ଦୁଇଟି ଦୁର୍ଘଟଣା ଘଟି ୪ ଜଣ ପ୍ରାଣ ହରାଇଛନ୍ତି। ଖୁଣ୍ଟାଠାରେ ୨ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ପଦ୍ମନାଭପୁରଠାରେ ଖାତକୁ ଖସିପଡ଼ି ୨ ବାଇକ୍‌ ଆରୋହୀ ପ୍ରାଣ ବିସର୍ଜନ କରିଛନ୍ତି।

ଘଟଣା ସୂତ୍ରରୁ ପ୍ରକାଶ ଯେ, ଢେଙ୍କାନାଳ ସଦର ଥାନା ପଦ୍ମନାଭପୁରଠାରେ ଗତ ରାତିରେ ନିର୍ମାଣାଧୀନ କେନାଲ ପୋଲ ଖାତରେ ପଡ଼ି ଦୁଇଜଣ ବାଇକ୍ ଆରୋହୀ ମୃତ୍ୟୁବରଣ କରିଛନ୍ତି। ମୃତ ଯୁବକ ଦୁଇଜଣ ହେଲେ ଓଡ଼ାପଡ଼ା ବ୍ଲକ୍‌ ଇନ୍ଦୁପୁର ଗାଁର ବେଣୁଧର ପ୍ରଧାନ(୪୫) ଏବଂ ଢେଙ୍କାନାଳ ସହର ଉପକଣ୍ଠ ରାମେଶ୍ବରପୁରରେ ରହୁଥିବା ଲୁଣି ଗାଁର ସଦାନନ୍ଦ ବେହେରା(୪୨)।

ସେହିଭଳି, ଖୁଣ୍ଟାଠାରେ କ୍ଷମତାଠାରୁ ଅଧିକ ଯାତ୍ରୀ ନେଇ ଯାଉଥିବା ପିକ୍‌ଅପ୍‌ ଭ୍ୟାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିଥିଲାଏବଂ ଘଟଣାସ୍ଥଳରେ ୨ ଜଣ ମହିଳାଙ୍କ ଅମୂଲ୍ୟ ଜୀବନ ଚାଲିଯାଇଛି। ଦୁହେଁ ହେଲେ, ମ୍ବୁ ଖଣ୍ତେଇଙ୍କ ପତ୍ନୀ ଦ୍ରୌପଦୀ(୬୫) ଓ କାର୍ତ୍ତିକ ବିଶ୍ବାଳଙ୍କ ପତ୍ନୀ ସୁଲୋଚନା(୫୫)। ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର