ନୟାଗଡ଼ : ନୟାଗଡ଼ ଜିଲ୍ଲାର ଶରଣକୁଳ ଥାନା ନନ୍ଦିଘୋର କରଡା ନିକଟରେ ସଡ଼କ ଦୁର୍ଘଟଣାରେ ୪ ଜଣ ମୃତ୍ୟୁ ମୁଖରେ ପଡ଼ିଥିବା ଜଣାପଡିଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୩ ସଦସ୍ୟଙ୍କ ସମେତ ଗାଡି ଡ୍ରାଇଭର ମଧ୍ୟ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି।
ମୃତ ବ୍ୟକ୍ତିମାନେ ହେଉଛନ୍ତି- ୪୫ ବର୍ଷିୟ ଚିରଞ୍ଜିବୀ ସାହୁ, ତାଙ୍କ ୩୫ ବର୍ଷୀୟ ପତ୍ନୀ ମଧୁସ୍ମିତା, ସେମାନଙ୍କ ୧୧ ବର୍ଷିୟ ପୁଅ ଆଦିତ୍ୟ ଓ ୨୫ ବର୍ଷିୟ କାର୍ ଚାଳକ ସନ୍ତୋଷ କୁମାର ସାହୁ।
/sambad/media/post_attachments/wp-content/uploads/2020/01/ng1-300x169.jpg)
ଗତରାତିରେ କାର୍ ଯୋଗେ ଚିରଞ୍ଜିବୀ ସପରିବାର ଭୁବନେଶ୍ୱରୁ ଫେରୁଥିଲେ। ରାତି ପ୍ରାୟ ୧୨: ୩୦ରେ କୌଣସି କାରଣରୁ ସେମାନେ ଯାତ୍ରା କରୁଥିବା କାର୍ଟି କରଡ଼ା-ଓଡ଼ଗାଁ ରାସ୍ତା ପାର୍ଶ୍ୱରେ ଥିବା ଗୋଟାଏ ଗଛରେ ଧକ୍କା ଖାଇଥିଲା। ଧକ୍କାର ପ୍ରଚଣ୍ଡ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ସେତେବେଳକୁ ଭାଙ୍ଗିରୁଜି ଯାଇଥିବା ସେ କାର୍ ଭିତରେ ଥିବା ସମସ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିସାରିଥିଲା। ଲୋକେ ତୁରନ୍ତ ଶରଣକୁଳ ପୁଲିସକୁ ଏ ସଂକ୍ରାନ୍ତରେ ଖବର ଦେଇଥିଲେ।
ପୁଲିସ ଘଟଣାସ୍ଥଳରୁ ଶବ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ତେବେ କାରର ବେଗ ଅଧିକ ଥିବା ଓ କୁହୁଡି ଯୋଗୁଁ ରାସ୍ତା ଠିକ ଭାବେ ନ ଦେଖାଯିବା କାରଣରୁ ଦୁର୍ଘଟଣା ଘଟିଥାଇ ପାରେ ବୋଲି ସନ୍ଦେହ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/ng-1.jpg)