ନିଶ୍ଚିନ୍ତକୋଇଲି/ଚିତ୍ରଡ଼ା : ନିଶ୍ଚିନ୍ତକୋଇଲି ବ୍ଲକ୍‌ ତଥା ସାଲେପୁର ଥାନା ଅନ୍ତର୍ଗତ କୋଲଣପୁର ପଞ୍ଚାୟତ କୁଳିଆ ନିକଟ କଟକ-ଚାନ୍ଦବାଲି ରାସ୍ତାରେ ଆଜି ଏକ ବାଇକ୍‌ ଓ ସାଇକଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

Advertisment

ମଧ୍ୟାହ୍ନରେ ନିଶ୍ଚିନ୍ତକୋଇଲି ବ୍ଲକ୍‌ ବରାଦୋ ଗ୍ରାମର ବିନୟ କୁମାର ରାଉତ (୬୦) ସାଇକଲ ଯୋଗେ ରାସ୍ତା ପାର ହେଉଥିଲା ବେଳେ ଏକ ଟିଭିଏସ ଆପାଚି ବାଇକ୍‌ (ନଂ-ଓଡି୦୫ଏଏସ୍‌୦୯୧୬) ତାଙ୍କୁ ଧକ୍କା ଦେଇଥିଲା। ଫଳରେ ବିନୟଙ୍କ ସମେତ ବାଇକ୍‌ରେ ଥିବା ଜିଗ୍ନୀପୁର ପଞ୍ଚାୟତ ବାହାବଳପୁର ଗ୍ରାମର ଶେଖ୍‌ ରହେମାନ୍ (୨୩) ଓ ଶେଖ୍‌ ଅକ୍ତର ରଜା ଖାଁ (୨୪) ଗୁରୁତର ଆହତ ହୋଇଥିଲେ। ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଥିଲେ। ସେଠାରେ ଡାକ୍ତର ବିନୟ ଓ ରହେମାନ୍‌ଙ୍କୁ ମୃତ ଘୋଷଣା କରିଥିଲେ। ଅବସ୍ଥା ଉଦ୍‌ବେଗଜନକ ହେବାରୁ ଅକ୍ତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ସେହିଭଳି, ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ଝିଙ୍କିରିଆ ନିକଟରେ ଏକ ଟ୍ରାକ୍ଟର ୧୫ ଫୁଟ ତଳକୁ ଖସିପଡ଼ିବାରୁ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମୃତକ ଦୁଇଜଣ ହେଲେ ମଙ୍ଗଲ ମୁର୍ମୁ ଓ ହୁଣ୍ଡା ମୁର୍ମୁ। ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ।