ଅଂଶୁଘାତ : ଦିନକରେ ୪ ମୃତ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଶନିବାର ଅଂଶୁଘାତରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଟାଉନ୍‌ ଥାନା କୁମ୍ଭାରପଡ଼ାର ଆକାଶ ନାଗ(୩୫)ଙ୍କର ଦିନ ୧୧ଟା ବେଳେ ସାମାନ୍ୟ ମୁଣ୍ଡ ବୁଲାଇବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଦିନ ପ୍ରାୟ ଦେଢ଼ଟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଅଂଶୁଘାତ ଯୋଗୁଁ ଏହି ମୃତ୍ୟୁ ହୋଇଥିବା ନେଇ ଡାକ୍ତର ଆଶଙ୍କା କରିଛନ୍ତି। ସେହିଭଳି ଯୁଯୁମୁରା ବ୍ଲକ ଗଡ଼ଲୋଇସିଂ ପଞ୍ଚାୟତ ରୁଗଡ଼ିଖାଲ ଗ୍ରାମର ଜିତେନ ଡାଙ୍ଗ(୪୩) ଶନିବାର ସନ୍ଧ୍ୟାରେ ହଠାତ୍‌ ଅସୁସ୍ଥ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ‌ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଆଉ ଏକ ଘଟଣାରେ ଗଡ଼ଲୋଇସିଂ ପଞ୍ଚାୟତ ବାଣିଝରନ୍‌ ଗ୍ରାମର ଉମଲାଙ୍ଗ ଟପ୍ନୋ(୪୫) ଶୁକ୍ରବାର ସକାଳୁ କାମ କରିବାକୁ ଯାଇ ସନ୍ଧ୍ୟାରେ ଫେରିବା ପରେ ଅସୁସ୍ଥ ଅନୁଭବ କରିଥିଲେ। ରାତିରେ ଅବସ୍ଥା ଗୁରୁତର ହେବାରୁ ଘରଲୋକ ତାଙ୍କୁ ମେଡିକାଲ ଆଣିବାକୁ ବାହାରିବା ସମୟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଅଂଶୁଘାତ ଯୋଗୁଁ ଉମଲାଙ୍ଗଙ୍କ ମୃତ୍ୟୁ ହେଉଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସେହିପରି ମା‌ନେଶ୍ବର ବ୍ଲକ ସାହାସପୁର ପଞ୍ଚାୟତ ଚକୁଳି ଗ୍ରାମର ରାଧେଶ୍ୟାମ ରଣା(୪୦) ଶୁକ୍ରବାର ସକାଳୁ କ୍ଷେତକୁ ଧାନ କାଟିବାକୁ ଯାଇଥିଲେ। ସେଠାରେ ଅସୁସ୍ଥ ଅନୁଭବ ହେବାରୁ ରାଧେଶ୍ୟାମ ପ୍ରାୟ ସାଢ଼େ ୧୦ଟା ବେଳେ ଘରକୁ ଫେରି ଆସିଥିଲେ। ଘରେ ଏସମ୍ପର୍କରେ ଜଣାଇବା ପରେ ତାଙ୍କୁ ସ୍ଥାନୀୟ ଡାକ୍ତରଙ୍କୁ ଦେଖାଇବା ପରେ ବୁର୍ଲା ମେଡିକାଲ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର