ଜଳେଶ୍ବର: ଗୋରୁ ମାଫିଆଙ୍କ କବ୍ଜାରେ ବାଲେଶ୍ୱର। ଏଠାରୁ ବା ଏହି ବାଟ ଦେଇ ପ୍ରତିଦିନ ଗୋଚାଲାଣ ହେଉଛି। ହେଲେ ସେଥିପ୍ରତି ପ୍ରଶାସନର ନିଘା ନାହିଁ। ତେବେ ଆଜି ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରାଚାଲାଣ ବେଳେ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରୁ ୫ଟି ଓ ବେଲି ଗୋପୀନାଥପୁର ଗ୍ରାମରୁ ୩ଟି ଗୋରୁ ବୋଝେଇ କଣ୍ଟେନର ସହିତ ୮୦୦ରୁ ଉର୍ଦ୍ଧ୍ବ ଗୋରୁ ଜବତ କରିଛି ଜଳେଶ୍ବର ପୁଲିସ।
ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ଦେଇ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ପ୍ରତେକ ଦିନ ବିଭିନ୍ନ ଗାଡ଼ିରେ ଶହ ଶହ ଗୋରୁ ଚୋରା ଚାଲାଣ ହେଇ ଆସୁଥିବାର ଅଭିଯୋଗ ହେଉଛି। ଏହି ଜାତୀୟ ରାଜପଥ କଡରେ ଥିବା ହଳଦୀପଡା, ରୁପ୍ସା, ବସ୍ତା ଏ ସବୁ ଥାନା ଥିବା ପରେ ଜଳେଶ୍ୱର ରାଜଘାଟ ନାକ ପଏଣ୍ଟ ଥିବା ସତ୍ତ୍ବେ ଗୋରୁ ଗାଡ଼ିଗୁଡ଼ିକ କେଉଁ ଗୋ ମାଫିଆଙ୍କ ସହାୟତାରେ ଜଳେଶ୍ୱର ପ୍ରବେଶ କରିଲା, ତାହା ପୁଲିସ ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତକାଲି ବିଳମ୍ବିତ ରାତିରେ ୮ଟି କଣ୍ଟେନରରେ ୮୦୦ରୁ ଅଧିକ ଗୋରୁ ବୋଝେଇ ହୋଇ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ବର ପୁଲିସ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ଚଢାଉ କରିଥିଲା। ଗାଡ଼ିଗୁଡ଼ିକୁ ଜବତ କରିବା ସହ ଗୋରୁମାନଙ୍କୁ ଉଦ୍ଧାର କରିଛି ପୁଲିସ। ଏହଥିସହିତ ୪ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ଜଳେଶ୍ୱର ପୁଲିସ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/Untitled-5.png)