ରାଜଗାଙ୍ଗପୁର: ବୁଧବାର ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ସୁନ୍ଦରଗଡ଼ ଜିଲ୍ଲାର ବିଜୁ ଏକ୍ସପ୍ରେସ୍‌ୱେରେ ଗୋଟାଏ ଦ୍ରୁତଗାମୀ କାର୍‌ କାର୍ଯ୍ୟରତ ମହିଳା ଶ୍ରମିକଙ୍କ ଉପରେ ଚଢ଼ିଯାଇ ଗୋଟାଏ ସ୍କର୍ପିଓକୁ ଧକ୍କା ଦେବାରୁ ଚାରି ଜଣଙ୍କର ମୃତୁ ଘଟିଛି ଓ ଅନ୍ୟ ତିନିଜଣ ଆହତ ହୋଇଛନ୍ତି।

Advertisment

ମୃତ ବ୍ୟକ୍ତିଙ୍କ ମଧ୍ୟରୁ ଦୁଇଜଣ ହେଉଛନ୍ତି ରାସ୍ତା କାମ କରୁଥିବା ମହିଳା ଶ୍ରମିକ। ଘଟଣାସ୍ଥଳରେ ହିଁ ସେ ଦୁହିଁଙ୍କର ମୃତ୍ୟୁ ଘଟିଛି।

ଦୁର୍ଘଟଣା ଘଟାଇଥିବା କାର୍‌ଟିରେ ତିନି ଜଣ ବ୍ୟକ୍ତି ଥିଲେ ଏବଂ ତାହା ରାଉରକେଲା ଅଭିମୁଖେ ଯାଉଥିଲା। ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ବିଜୁ ଏକ୍ସ୍‍ପ୍ରେସ୍‌େଓ୍ଵର ରାମାବାହାଲ ଛକ ନିକଟ ବୁଲାଣିରେ କୌଣସି କାରଣରୁ ତାହା ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ଯାଇ ମହିଳା ଶ୍ରମିକମାନଙ୍କ ଉପରେ ଚଢ଼ିଯିବା ପରେ ଡିଭାଇଡର୍‌ରେ ଧକ୍କା ଖାଇ ରାସ୍ତାର ଆରପଟ ଲେନ୍‌କୁ ଚାଲିଗଲା। ଠିକ୍‌ ସେହି ସମୟରେ ଆରପଟ ଲେନ୍‌ରେ ବିପରୀତ ଦିଗକୁ ଯାଉଥିବା ଗୋଟାଏ ସ୍କର୍ପିଓ ସହ ସେ କାର୍‌ଟି ମୁହାଁମୁହିଁ ଧକ୍କା ଖାଇଲା। ସ୍କର୍ପିଓରେ ଦୁଇ ଜଣ ଲୋକ ଥିଲେ।

publive-image

ଉଭୟ ଗାଡ଼ିରେ ଥିବା ସମୁଦାୟ ପାଞ୍ଚଜଣ ବ୍ୟକ୍ତି ଏହି ଦୁର୍ଘଟଣାରେ ଆହତ ହୋଇଥିଲେ। ଚିକିତ୍ସା ନିମନ୍ତେ ସମସ୍ତଙ୍କୁ ରାଜଗାଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଦୁଇ ଜଣକର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ରାଉରକେଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେମାନଙ୍କର ମୃତ୍ୟୁ ଘଟିଛି।

ପୁଲିସ ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।