କୋମନା: ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ୩୫୩ ନମ୍ବର ଜାତୀୟ ରାଜପଥ କୃଷ୍ଣା ଛକଠାରେ ଏକ ବଡଧରଣର ସଡକ ଦୁର୍ଘଟଣା ଘଟିଛି । ବାଇକ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ବାଇକରେ ଯାଉଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି |
ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କୋମନା ସ୍ବାସ୍ଥ୍ୟକେନ୍ଦ୍ରରେ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣାପଡିଛି। ଅନ୍ୟ ମୃତକମାନେ ଯୁବକ ବୋଲି ଜଣାପଡିଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି | ତେବେ ମୃତକଙ୍କ ପରିଚୟ ଏଯାଏଁ ଜଣାପଡିନାହିଁ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/0aa92dcb-ef26-4eb2-8fe5-76c02f17e355.jpg)