ଭୁବନେଶ୍ୱର : ରାଜ୍ୟ ସରକାର ଆଜି ୪ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋହର ଲାଗିବା ପରେ ଏ ସଂକ୍ରାନ୍ତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କ୍ରମରେ ମୟୂରଭଂଜ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନାଙ୍କୁ ସୁନ୍ଦରଗଡ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ସେଠାରେ ଥିବା ବିନିତ୍ ଭରଦ୍ୱାଜଙ୍କୁ ସରକାର ମୟୂରଭଂଜ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରିଛନ୍ତି। ସେହିପରି ନୟାଗଡ଼ ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ବଲାଙ୍ଗୀର ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି। ନିକଟରେ ବଲାଙ୍ଗୀର ଜିଲ୍ଲାପାଳ ଭାବେ ବଦଳି ହୋଇଥିବା ଏନ୍ ତିରୁମାଲା ନାଏକଙ୍କୁ ପୁଣି ଥରେ ସରକାର ବଦଳି କରିଛନ୍ତି ଓ ନୟାଗଡ ଜିଲ୍ଲାରେ ଜିଲ୍ଲାପାଳ ଭାବେ ତାଙ୍କୁ ଅବସ୍ଥାପିତ କରାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp