ଆସୁଛି ସାମୁଦ୍ରିକ ବାତ୍ୟା ‘ବୁଲବୁଲ୍’ : ୪ଟି ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ, ପ୍ରବଳ ବର୍ଷା ସହ ଅଧିକ ବେଗରେ ବହିବ ପବନ

ଭୁବନେଶ୍ୱର: ସମୁଦ୍ରରେ ଶକ୍ତିଶାଳୀ ହେବାରେ ଲାଗିଛି ବୁଲବୁଲ | ଯଦିଓ ଏହା ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ କରିବ ନାହିଁ  ତଥାପି ୪ଟି ଜିଲ୍ଲାକୁ ସତର୍କ ରହିବାକୁ କହିଛି ଆଞ୍ଚଳିକ ପାଣିପାଗ ବିଭାଗ | ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଆଜି ଏକ  ସାମ୍ବାଦିକ ସମ୍ମିଳନୀ କରି ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା ଆଦି ଜିଲ୍ଲାକୁ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି | ୪ଟି ଜିଲ୍ଲା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି | ଏହି ୪ଟି ଜିଲ୍ଲାରେ ପବନର ବେଗ ଅଧିକ ରହିବା ସହ ପ୍ରବଳ ବର୍ଷା ହେବ |

 

ଆଜି ରାତିରୁ କାଲି ଯାଏଁ ପ୍ରବଳ ବର୍ଷା ହେବ | ସନ୍ଧ୍ୟା ସୁଦ୍ଧା ୬୫ କିଲୋମିଟର ବେଗରେ ପବନ ବହିବ | ସେହିପରି ବୁଲବୁଲ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ | ଏହି ସମୟରେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ରହିବ | ସେହିପରି ଓଡ଼ିଶାର ସବୁ ବନ୍ଦରରେ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି | ଅନ୍ୟପଟେ ବାତ୍ୟା ଫନି ଠାରୁ ବୁଲବୁଲ ପ୍ରଭାବ କମ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି |

ସମ୍ବନ୍ଧିତ ଖବର