ଲଇକେରା(ଝାରସୁଗୁଡ଼ା): ଗତକାଲିି ରାତି ପ୍ରାୟ ୪ଟା ବେଳେ ଝାରସୁଗଡ଼ା ଠାରେ ଟ୍ରେନ୍ରେ କଟି ୪ଟି ହାତୀଙ୍କର ମୃତ୍ୟୁ ଘଟିଛି। ଟ୍ରେନ୍ରେ କଟିଯାଇଥିବା ହାତୀଙ୍କ ମଧ୍ୟରେ ୨ଟି ବୟସ୍କ ହାତୀ ଥିବା ବେଳେ ୨ଟି ଛୋଟ ହାତୀ ଅଛନ୍ତି। ସୂଚନାଯୋଗ୍ୟ ଯେ ଗତ ୨୦୧୨ ମସିହାରେ ମଧ୍ୟ ଗଞ୍ଜାମ ଜିଲ୍ଲା ରମ୍ଭା ନିକଟରେ ରେଳ ଲାଇନ ପାର ହେଉଥିବା ବେଳେ ଟ୍ରେନ୍ରେ କଟି ୬ଟି ହାତୀଙ୍କର ମୃତ୍ୟୁ ଘଟିଥିଲା। ସେତେବେଳେ ଟ୍ରେନ୍ରେ ଯେମିତି ହାତୀ କଟି ମୃତ୍ୟୁ ବରଣ ନ କରନ୍ତି ସେଥିପାଇଁ ରେଳବାଇ ଓ ବନ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲିି ନିଷ୍ପତି ହୋଇଥିଲା। ଏହା ସତ୍ତ୍ୱେ ଟ୍ରେନ୍ରେ କଟି ୪ଟି ହାତୀଙ୍କର ମୃତ୍ୟୁ ଘଟିବା ଘଟଣା ବୁଦ୍ଧିଜୀବୀ ମହଲରେ ଗଭୀର ଉଦ୍ବେଗ ସୃଷ୍ଟି କରିଛି।
/sambad/media/post_attachments/wp-content/uploads/2018/04/laikera-1-copy.jpg)
ମିଳିଥିବା ସୂଚନା ଅନୁଯାୟୀ,ଝାରସୁଗୁଡ଼ା ଜିଲ୍ଲା ବାଗଡ଼ିହି ନିକଟରେ ତେଲଡିହି- ଅଗରିଆ ବାଗଡିହି ଫାଟକ ମଧ୍ୟବର୍ତ୍ତୀ ଅଞ୍ଚଳରେ ଆଜି ଭୋର ପ୍ରାୟ ୪ଟାରୁ ସାଢ଼େ ୪ଟା ମଧ୍ୟରେ ଏକ ହାତୀ ପଲ୍ଲ ରେଲଲାଇନ ପାର ହେଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ହାତୀ ପଲଙ୍କ ମଧ୍ୟରୁ ୪ଟି ହାତୀ ଘଟଣାସ୍ଥଳରେ ଟ୍ରେନ୍ରେ କଟି ମୃତ୍ୟୁ ବରଣ କରିଛନ୍ତି। ତେବେ କେଉଁ ଟ୍ରେନ୍ରେ ଏହି ହାତୀ ପଲ କଟି ମୃତ୍ୟୁବରଣ କରିଛନ୍ତି ତାହା ଜଣାପଡ଼ି ନାହିଁ।
ଏହି ସମୟରେ ହାଓ୍ଵଡ଼ା- ମୁମ୍ବାଇ ଏକ୍ସପ୍ରେସ ଓ କେତୋଟି ମାଲଗାଡ଼ି ଏହି ରେଲଲାଇନ ଦେଇ ଅତିକ୍ରମ କରିଛି। ମାତ୍ର କୌଣସି ଟ୍ରେନ୍ ହାତୀ କଟିଥିବା ନେଇ ନିକଟସ୍ଥ ଷ୍ଟେସନରେ ରିପୋର୍ଟ କରି ନ ଥିବା ଜଣାଯାଇଛି। ଖବର ପାଇ ବରିଷ୍ଟ ବନ ଅଧିକାରୀ ଓ ରେଳବାଇର ଅଧିକାରୀମାନେ ପହଞ୍ଚିି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/laikera-copy.jpg)