ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ରେଳବାଇ ପୁଲିସ (ଜିଆର୍‌ପି)ରେ କାର୍ଯ୍ୟରତ ଚାରିଜଣ କର୍ମଚାରୀଙ୍କୁ ଏସ୍‌ପି ଅରୁଣ ଜେନା ନିଲମ୍ବନ କରିଛନ୍ତି। ଏନେଇ ଆଜି ବିଭାଗୀୟ ଆଦେଶ ଦିଆଯାଇଥିବା ସୂଚନା ମିଳିଛି। ଏଥିରେ ହାବିଲଦାର ପ୍ରଦୀପ ନାୟକ, କନେଷ୍ଟବଳ ମୃତ୍ୟୁଞ୍ଜୟ ଭଞ୍ଜ, ସୌଭାଗ୍ୟ ମହନ୍ତ ଓ ଡ୍ରାଇଭର ବୁଆ ସିଂହଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି।

Advertisment

ସୂଚନା ଅନୁଯାୟୀ, ୨୩ .୪.୨୦୨୩ ତାରିଖ ଦିନ ଆୟୋଜିତ ଏକ ଅବସରକାଳୀନ ଭୋଜିରେ ଏମାନେ ଗଣ୍ଡଗୋଳ କରିଥିବା ଅଭିଯୋଗ ହୋଇଥିଲା। ଏହାଛଡ଼ା ଚାରିଦିନ ଆଗରୁ କନେଷ୍ଟବଳ ସୌଭାଗ୍ୟ ମହନ୍ତ ନିଶାସକ୍ତ ଅବସ୍ଥାରେ କର୍ମଚାରୀଙ୍କ ସହ ଗଣ୍ଡଗୋଳ କରିଥିବା ଅଭିଯୋଗ ହୋଇଥିଲା। ତେଣୁ ଏମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ମିଳିଛି।