ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳର ବିଭିନ୍ନ ପୋଲ ଉପରେ ୪ ଫୁଟର ପାଣି ପ୍ରବାହିତ ହେଉଛି। ପ୍ରବଳ ବର୍ଷା ଓ ବନ୍ୟା ଫଳରେ ଲୋକେ ଜଳବନ୍ଦି ଅବସ୍ଥାରେ ଅଛନ୍ତି।  କେନ୍ଦୁଝର ଜିଲ୍ଲା  ୨୨୦ ନମ୍ବର ଜାତୀୟ ରାଜପଥ ପାଟଣା - କରଞ୍ଜିଆ ରାସ୍ତାର ମଙ୍ଗଳପୁର ବାଇପାସ ସିମୁଳିଆ ପୁରୁଣା ପୋଲ ଉପରେ ୪ ଫୁଟ ଉଚ୍ଚତାରେ ପାଣିର ସ୍ରୋତ ଚାଲିଛି। ପାଟଣା ନିକଟରୁ ମାତ୍ର ୨ କିଲୋମିଟର ଦୂର ସାହାରପଡ଼ା ବ୍ଲକ ଅନ୍ତର୍ଗତ କପୁଣ୍ଡି ପଞ୍ଚାୟତର ପଇଦା ବନ୍ଧ ପୋଲ ଉପରେ ୪ ଫୁଟ ଉଚ୍ଚତାରେ ପାଣିର ସ୍ରୋତ ଚାଲିଥିଲା।

Advertisment

ଫଳରେ କପୁଣ୍ଡି, ମିରିଗିଖୋଜି, ତେଣ୍ଡରା, ମିରିଗିଖୋଜି, କୁଣ୍ଡୁଳା ଆଦି ପଞ୍ଚାୟତର ଲୋକେ ପାଟଣା ବଜାରକୁ ଆସି ପାରି ନ ପାରି ଜଳବନ୍ଦି ହୋଇ ରହିଛନ୍ତି। ସାହାରପଡ଼ା ବ୍ଲକ କୁମୁଳାବାହାଳି ଦେଇ ପ୍ରବାହିତ ତେଲ ନଦୀ ପୋଲ ଉପରେ ୩ ଫୁଟ ଉଚ୍ଚତାରେ ପାଣିର ସ୍ରୋତ ଚାଲିଥିଲା।  କେନ୍ଦୁଝର ଜିଲ୍ଲାର ସାହାରପଡ଼ା ଓ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।