ହୀରାକୁଦର ୪ଟି ଗେଟ୍‌ ଖୋଲା

ସମ୍ବଲପୁର : ଶନିବାର ରାତି ୯ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୭.୬୫ ଫୁଟ୍‌ରେ ପହଂଚିଛି। ଜଳଭଣ୍ଡାରରକୁ ୧,୪୮,୭୬୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୭୭,୨୫୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଶୁକ୍ରବାର ୨ଟି ସ୍ଲୁଇସ୍‌ ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଛି। ଜଳ ପ୍ରବେଶ ବୃଦ୍ଧି ପାଇବାରୁ ଶନିବାର ଆହୁରି ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। ରାତି ୯ଟାରେ ୪ଟି ସ୍ଲୁଇସ୍‌ ଗେଟ୍‌ ଦେଇ ୬୧,୯୦୪ କ୍ୟୁସେକ ଜଳ ମହାନଦୀରେ ଛଡ଼ାଯାଇଛି। ପାଓ୍ଵାର ଚାନେଲରେ ୧୦,୯୬୧ କ୍ୟୁସେକ ଓ କେନାଲଗୁଡ଼ିକରେ ୪,୦୪୩ କ୍ୟୁସେଜ ଜଳ ଛଡ଼ାଯାଇଛି। ଜଳଭଣ୍ଡାରର ଉପର ମୁଣ୍ଡରେ(ସକାଳ ସାଢ଼େ ୮ଟା ସୁଦ୍ଧା) ୨.୮୬ ମିିମି ଓ ତଳମୁଣ୍ଡରେ ୯.୪୭ ମିମି ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର