ହୀରାକୁଦ ଜଳସ୍ତର ୬୧୮ ଫୁଟ, ୪ ଗେଟ୍‌ ଖୋଲା

ସମ୍ବଲପୁର : ରବିବାର ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୮.୪୧ ଫୁଟ୍‌ରେ ପହଂଚିଛି। ଜଳଭଣ୍ଡାରକୁ ୧,୦୧,୨୬୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୭୭,୪୩୭ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାରର ୪ଟି ସ୍ଲୁଇସ୍‌ ଗେଟ୍‌ ଖୋଲା ରହିଛି। ସ୍ଲୁଇସ୍‌ ଗେଟ୍‌ ଦେଇ ୬୨,୧୩୬ କ୍ୟୁସେକ ଜଳ ମହାନଦୀରେ ଛଡ଼ାଯାଇଛି। ପାଓ୍ଵାର ଚାନେଲ ଦେଇ ୧୧,୩୨୮ କ୍ୟୁସେକ ଓ କେନାଲଗୁଡ଼ିକରେ ୩,୮୪୩ କ୍ୟୁସେକ ପାଣି ଛଡ଼ାଯାଇଥିବା ବେଳେ ଓ ଶିଳ୍ପାନୁଷ୍ଠାନଗୁଡ଼ିକ ୩୫୦ କ୍ୟୁସେକ ନେଉଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଜଳଭଣ୍ଡାରର ଉପର ମୁଣ୍ଡରେ (ସକାଳ ସାଢ଼େ ୮ଟା ସୁଦ୍ଧା) ୧୦.୦୩ ମିମି ଓ ତଳମୁଣ୍ଡରେ ୨୨.୮୭ ମିମି ବର୍ଷ ରେକର୍ଡ କରାଯାଇଛି। ସନ୍ଧ୍ୟା ୬ଟାରେ ଖଇରମାଲରେ ୨,୧୪,୫୦୦ କ୍ୟୁସେକ, ବାରମୂଲରେ ୧,୩୭,୫୦୦ କ୍ୟୁସେକ ଓ ମୁଣ୍ଡୁଳିରେ ୨,୦୯,୫୩୬ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା।

ସମ୍ବନ୍ଧିତ ଖବର