ଶାହଙ୍କୁ ଭେଟିଲେ ୪ ରାଜ୍ୟପାଳ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଆଜି ୪ ରାଜ୍ୟର ରାଜ୍ୟପାଳ ସାକ୍ଷାତ କରିଛନ୍ତି। ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହ, ଗୁଜରାଟ ରାଜ୍ୟପାଳ ଓମ ପ୍ରକାଶ କୋହଲି, କର୍ଣ୍ଣାଟକ ରାଜ୍ୟପାଳ ବଜୁଭାଇ ବାଲା ଏବଂ ଉତ୍ତରାଖଣ୍ଡ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟ ଆଜି ଶାହଙ୍କୁ ପୃଥକ୍‌ ଭାବେ ସାକ୍ଷାତ କରିଛନ୍ତି। ୪ ରାଜ୍ୟର ରାଜ୍ୟପାଳମାନଙ୍କ ସହ ଶାହ ସେମାନଙ୍କ ରାଜ୍ୟ ସଂକ୍ରାନ୍ତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରିଥିବା ଜଣାପଡ଼ିଛି। ତେବେ ଗୃହ ମନ୍ତ୍ରାଳୟରଜ ଜଣେ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ଏହା ଏକ‌ ସୌଜନ୍ୟମୂଳକ ସାକ୍ଷାତ ଥିଲା।

ସମ୍ବନ୍ଧିତ ଖବର