ବାଲି ବୋଝେଇ ୪ ହାଇୱା, ୨ ଟ୍ରାକ୍ଟର ଜବତ

ଆନନ୍ଦପୁର : ଆନନ୍ଦପୁର ତହସିଲ ପକ୍ଷରୁ ବେଆଇନ୍ ଭାବେ ବାଲିଚାଲାଣ କରୁଥିବା ଚାରି ହାଇୱା ଓ ଦୁଇଟି ଟ୍ରାକ୍ଟର ଜବତ୍ କରାଯାଇଛି। ଆନନ୍ଦପୁର ତହସିଲଦାର ତପନ କୁମାର ନାୟକ, ଅତିରିକ୍ତ ତହସିଲଦାର ନରେନ୍ଦ୍ର କୁମାର ସେଠୀ ଚଢ଼ଉ କରି ଗତକାଲି ସଂଧ୍ୟାରେ ଆନନ୍ଦପୁର ବ୍ରିଜ୍ ଛକ ନିକଟରୁ ଚାରିଟି ହାଇୱା ଓ ଆଜି ସକାଳେ ଫକୀରପୁର ନିକଟରୁ ଦୁଇଟି ଟ୍ରାକ୍ଟର ଜବତ୍ କରିଥିଲେ। ସେମାନଙ୍କ ନିକଟରୁ ମୋଟ୍ ୮୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।

ସମ୍ବନ୍ଧିତ ଖବର