ବଡ଼ଚଣା : କେହି ଅଜଣା ଦୁର୍ବୃତ୍ତଙ୍କ ଦ୍ବାରା ବଡ଼ଚଣା ବ୍ଲକ ଧାନମଣ୍ଡଳ ଶାସନସୀମା ଗ୍ରାମରେ ଅଗ୍ନିକାଣ୍ଡ ଘଟିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏଥିରେ ଆଶିଷ କୁମାର ଦାଶଙ୍କ ୪ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଆଶିଷଙ୍କ ଘର ନିକଟରେ ଥିବା ଚାଳଘରେ ଭଡ଼ା ସୂତ୍ରରେ ଦୁଇଟି ପରିବାର ରହି ଆସୁଛନ୍ତି। ଗତ ୨୧ ତାରିଖ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଅଶିଷଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଫଳରେ ଭଡ଼ା ଦିଆଯାଇଥିବା ତାଙ୍କର ୪ ବଖରା ଘର ସମେତ ଭଡ଼ା ନେଇଥିବା କୈଳାସ ମୁଦୁଲି ଓ ପ୍ରମୋଦ ସମାଲଙ୍କ ଦୁଇ ପରିବାରର ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି।

Advertisment

ଏନେଇ ଘର ମାଲିକ ଆଶିଷ କୁମାର ଓ ଭଡ଼ାରେ ଥିବା ପ୍ରମୋଦ କୁମାର ଆଜି ଥାନାରେ ପୃଥକ ପୃଥକ ଭାବେ ଦୁଇଟି ଅଭିଯୋଗପତ୍ର ଦାଖଲ କରିଛନ୍ତି। କେହି ଜଣେ ଯୁବକ ଗତକାଲି ରାତିରେ ତାଙ୍କ ଘର ନିକଟରେ ଠିଆହୋଇଥିବା ନେଇ ସେ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ତୁରନ୍ତ ଏହି ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ଖବର ପାଇ ଆଜି ବିଧାୟକ ଅମର ପ୍ରସାଦ ଶତପଥୀ, ବ୍ଲକ ଅଧ୍ୟକ୍ଷା ମିନତି ସେନାପତି ଓ ଉପାଧ୍ୟକ୍ଷ ବିଭାସ ନନ୍ଦ ପ୍ରଭୃତି ଅଗ୍ନି ବିପନ୍ନଙ୍କ ପାଖରେ ପହଞ୍ଚି ସମବେଦନା ଜଣାଇବା ସହିତ ସହାୟତା ଯୋଗାଇ ଦେଇଛନ୍ତି।