୪ ବଖରା ପୋଡ଼ିଗଲା

୪ ବଖରା ପୋଡ଼ିଗଲା

ରତ୍ନଗିରି: ବରୀ ତହସିଲ୍ ଅନ୍ତର୍ଗତ ବେଞ୍ଜରାପୁର ଗ୍ରାମର ସମୀର କୁମାର ଜେନାଙ୍କର ୪ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଗତକାଲି ରାତି ପ୍ରାୟ ୧୨.୩୦ରେ ଘରେ ନିଆଁ ଲାଗିଯାଇଥିଲା। ପଡ଼ୋଶୀ ଦେଖି ଡାକ ପକାଇବାରୁ ପରିବାର ଲୋକେ ବାହାରକୁ ପଳାଇ ଆସିଥିଲେ। ବରୀ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଘରେ ଥିବା ସମସ୍ତ ଆସବାବପତ୍ର ଓ ଧାନ, ବିରି ଆଦି ପୋଡ଼ିଯାଇଥିଲା।

ମନ୍ଦାରୀ ଆରଆଇ ପହଞ୍ଚି କ୍ଷୟକ୍ଷତି ଅନୁଧ୍ୟାନ କରିବା ସହ ଏକ ପଲିଥିନ୍ ଯୋଗାଇ ଦେଇଥିଲେ। ଅଗ୍ନି ବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ମନ୍ଦାରୀ ସରପ‌ଞ୍ଚ ଧୀରେନ୍ଦ୍ର ଜେନା, ସମିତିସଭ୍ୟ ଧୀରେନ୍ଦ୍ର ଦାସ, ପୂର୍ବତନ ସମିତିସଭ୍ୟ ମାନସ ଜେନା ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe